କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ କରିବାକୁ ଆବେଦନ କରିଛି ଏସଆଇଟି । ନୟାଗଡ ପକ୍ସୋ କୋର୍ଟରେ ଏହି ଆବେଦନ ହୋଇଛି । ପରୀ ମୃତ୍ୟୁ ମାମଲାରେ ସରୋଜ ସେଠୀକୁ ଗିରଫ କରିସାରିଛି ଏସାଆଇଟି ।
ଘରକୁ ନେଇ ପରୀକୁ ସରୋଜ ଦୁଷ୍କର୍ମ ଉଦ୍ୟମ କରିବା ପରେ ତଣ୍ଟିଚିପି ହତ୍ୟା କରିଛି ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିସାରିଛନ୍ତି । ପୂର୍ବରୁ ଅଭିଯୁକ୍ତ ସରୋଜର ପଲିଗ୍ରାଫ ଟେଷ୍ଟ କରାଯାଇଥିବାବେଳେ ଏବେ ଅଧିକ ତଥ୍ୟ ପ୍ରମାଣ ଯୋଗାଡ ପାଇଁ ଏସଆଇଟି ନାର୍କୋ ଟେଷ୍ଟ କରିବାକୁ ଆବେଦନ କରିଛି । ନୟାଗଡ ଯଦୁପୁରରେ ପରୀ ମୃତ୍ୟୁ ମାମଲା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/41-6.jpg)