ଜୀବନ ବଞ୍ଚାଇଦେଲା ଆପଲ୍ ସ୍ମାର୍ଟୱାଚ୍ : ବାରମ୍ବାର ଆଲର୍ଟର ସିଗନାଲ୍ ରେ ବଂଚିଗଲା ୨୦ ବର୍ଷର ଜଣେ ଯୁବକଙ୍କ ଜୀବନ ।

1,422

ବଜାରରେ ଆପଲ୍ ସ୍ମାର୍ଟୱାଚ୍ ର ଖୁବ୍ ଚାହିଦା ରହିଛି । ଏହାର ଦାମ୍ ଗ୍ରାହକଙ୍କ ପକେଟ୍ ଉପରେ ଭାରି ପଡୁଥିଲେ ମଧ୍ୟ ଲୋକଙ୍କ ପ୍ରଥମ ପସନ୍ଦ ଆପଲ୍ ହିଁ ପାଲଟିଛି । ବଡ଼ କଥା ହେଉଛି ଘଣ୍ଟାର ଦାମ୍ ଅଧିକ ଥିଲେ ମଧ୍ୟ କାହାର ଜୀବନ ଠାରୁ ଅଧିକ ମୂଲ୍ୟ ନୁହେଁ । ଏହାର ଉଦାହରଣ ଦେଇଛି ଏହି ସ୍ମାର୍ଟୱାଚ୍ । ଆଗରୁ ମଧ୍ୟ ଏଭଳି ଅନେକ ଥର ହୋଇଛି ଯେଉଁଠି ଆପଲ୍ ସ୍ମାର୍ଟୱାଚ୍ ବାରମ୍ବାର SOS ଆଲର୍ଟ ଦେଇ ୟୁଜରକୁ ଗମ୍ଭୀର ତଥା ଘାତକ ପରିସ୍ଥିିତିରୁ ବାହାର କରିଛି । ଘଟଣାଟି ହେଉଛି ମାଲେସିୟାର । ମାଲେସିୟାର କ୍ୱାଲାଲମ୍ମପୁରରେ ରହୁଥିବା ଫ୍ରିଲାନ୍ସ ଆର୍କିଟେକ୍ଟ ତଥା ରେସ୍ତୋରାଂ ମାଲିକ ଫରହାତ୍ ହନିଫ୍ ଙ୍କ ପାଇଁ ଆପଲ୍ ୱାଚ୍ ସିରିଜ୍ ୪ ଦେବଦୂତ ସାବ୍ୟସ୍ତ ହୋଇଛି । ୨୦ ବର୍ଷୀୟ ହନିଫ୍ ଏହି ଘଣ୍ଟାକୁ ଏହାର ସ୍କିଲ୍ ଡିଜାଇନ୍ ପାଇଁ କିଣିଥିଲେ । କିନ୍ତୁ ସେ କେବେ ଜାଣିନଥିଲେ ଏହି ୱାଚ୍ ତାଙ୍କ ଜୀବନ ବି ବଂଚାଇ ଦେବ । ହୃଦସ୍ପନ୍ଦନର ଅସାମାନ୍ୟ ପାଟର୍ଣ୍ଣକୁ ଡିଟେକ୍ଟ କରି ଏହି ୱାଚ୍ ହନିଫ୍ ଙ୍କ ଜୀବନ ବଂଚାଇଛି ।

ଫରହତ୍ କହିଛନ୍ତି ଯେ ଗତବର୍ଷ ଅଗଷ୍ଟ ମାସରେ ସେ ବିମାନରେ ଯାତ୍ରା କରୁଥିବା ସମୟରେ ଏହି ଘଣ୍ଟା ତାଙ୍କୁ ଅସାମାନ୍ୟ ହୃଦସ୍ପନ୍ଦନର ଆଲର୍ଟ ପଠାଇଥିଲା । ହନିଫ୍ ଙ୍କୁ ପ୍ରଥମେ ବିମାନରେ ବସିବା କାରଣରୁ ଏଭଳି ହେଉଥିବା ଲାଗିଲା । କିନ୍ତୁ ଘରେ ମଧ୍ୟ କେଉଁଠି ବସିଥିବା ସମୟରେ ହେଉ କି ଟିଭି ଦେଖିବା ସମୟରେ ହେଉ ଏହି ଘଣ୍ଟାଟି ତାଙ୍କୁ ଆଲର୍ଟ ପଠାଉଥିଲା । ପ୍ରଥମେ ପ୍ରଥମେ ତାଙ୍କୁ ଘଣ୍ଟାରେ ଏରର୍ ଥିଲା ଭଳି ଲାଗିଲା ତେଣୁ ସେ ଡିଭାଇସ୍ ରିସେଟ୍ କରିଥିଲେ । କିନ୍ତୁ ଏହାପରେ ବି ବାରମ୍ବାର ତାଙ୍କୁ ଆଲର୍ଟ ସିଗନାଲ୍ ମିଳୁଥିଲା । ଶେଷରେ ଫରହତ୍ ରକ୍ତ ପରୀକ୍ଷା କରାଇଥିଲେ ଯେଉଁଥିରୁ ତାଙ୍କୁ ଇକ୍ଟୋପିକ୍ ରିଦମ୍ ଥିବା ଜଣାପଡିଥିଲା । ଯେଉଁଥିରେ ହୃଦସ୍ପନ୍ଦନ ଜୋରରେ ହେଲେ ଜୀବନ ଚାଲିଯିବାର ମଧ୍ୟ ଭୟ ଥାଏ । ବର୍ତ୍ତମାନ ସେ ନିଜର ଚିକିତ୍ସା କରୁଛନ୍ତିି ଏବଂ ଏହି ଘଣ୍ଟାକୁ ଧନ୍ୟବାଦ ଦେଉଛନ୍ତି । ଏହା ପୂର୍ବରୁ ମଧ୍ୟ ଆଉ ଏକ ଘଟଣା ସାମ୍ନାକୁ ଆସିଥିଲା ଯେଉଁଥିରେ ଆପଲ୍ ୱାଚ୍୍ ସିରିଜ୍ ୪ କାରଣରୁ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କୁ ଠିକ୍ ସମୟରେ ହସ୍ପିଟାଲ୍ ପହଁଚାଗଲା ଏବଂ ତାଙ୍କ ଜୀବନ ବଂଚିଗଲା ।