କନକ ବ୍ୟୁରୋ: ଭାରତରେ ନିକଟରେ ଆପଲର ଷ୍ଟୋର ଖୋଲିଛି । ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ଏହ ଷ୍ଟୋର ଖୋଲାଯାଇଛି । ଏହାର ଉଦଘାଟନ ସମାରୋହରେ ଆପଲ ସିଇଓ ଟିମ କୁକ୍ ସାମିଲ ହୋଇଥିଲେ । ନିଜ ହାତରେ ସେ ଷ୍ଟୋରର ଗେଟ ଖୋଲିଥିଲେ । ମାୟାନଗରୀରେ ଖୋଲିଥିବା ଆପଲ ବିକେସି ଷ୍ଟୋରକୁ ଏସିଆର ସବୁଠାରୁ ବଡ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ୱାର୍ଲ୍ଡ ଡ୍ରାଇଭ ମଲରେ ଖୋଲାଯାଇଛି । ଶୁଣିବାକୁ ମିଳୁଛି ଯେ ଟିମ କୁକ ଏହି ଜାଗାକୁ ଭଡାରେ ନେଇଛନ୍ତି । ଏଥିପାଇଁ ସେ ମୁକେଶ ଅମ୍ବାନୀଙ୍କୁ ମାସକୁ ଲକ୍ଷାଧିକ ଟଙ୍କା ପ୍ରଦାନ କରିବୋ

Advertisment

ରିପୋର୍ଟ ଅନୁସାରେ ଆପଲ ଭାରତରେ ନିଜର ପ୍ରଥମ ଷ୍ଟୋର ରିଲାଏନ୍ସ ମଲରେ ଖୋଲିବା ପାଇଁ ଲମ୍ବା ଚୁକ୍ତି କରିଛି । ଏହି ଷ୍ଟୋର ପାଇଁ ପାଖପାଖି ୨୦ ହଜାର ୮ ଶହ ଜାଗା ଭଡାରେ ନିଆଯାଇଛି । ଏହି ସ୍ଥାନରେ ଆପଲ ବିକେସି ଷ୍ଟୋରକୁ ଖୋଲାଯାଇଛି । ଷ୍ଟୋରକୁ ଆପଲ କମ୍ପାନୀ ୧୩୩ ମାସ ଅର୍ଥାତ ୧୧ ବର୍ଷ ପାଇଁ ନେବାକୁ ଚୁକ୍ତି କରିଛି । ଚୁକ୍ତି ଅନୁସାରେ ଆପଲ ତରଫରୁ ମୁକେଶ ଅମ୍ବାନୀଙ୍କୁ ପ୍ରତିମାସରେ ପାଖପାଖି ୪୨ ଲକ୍ଷ ଟଙ୍କା ଭଡା ବାବଦରେ ପ୍ରଦାନ କରାଯିବ ।

ଆପଲ ବିକେସି ଷ୍ଟୋରର ଭଡା ପ୍ରତି ତିନି ବର୍ଷରେ ଥରେ ପରିବର୍ତ୍ତନ କରାଯିବ । ଚୁକ୍ତି ଅନୁସାରେ ପ୍ରତି ୩ ବର୍ଷରେ ଥର ଭଡା ଟଙ୍କା ୧୫ ପ୍ରତିଶତ ବୃଦ୍ଧି ପାଇବ । ଆମ୍ବାନୀ ପରିବାର ରିଲାଏନ୍ସ ଜିଓ ୱାର୍ଲ୍ଡ ଡ୍ରାଇଭ ମଲରେ ଖୋଲିଥିବା ଏହି ଷ୍ଟୋର ପାଇଁ ଯେ କେବଳ ଏତେ ଟଙ୍କା ଭଡା ଦେବ ତାହା ନୁହେଁ, ପ୍ରଥମ ୩ ବର୍ଷ ୨ ପ୍ରତିଶତ ଏବଂ ୩ ବର୍ଷ ପରେ ୨.୫ ପ୍ରତିଶତ ରାଜସ୍ୱର ଯୋଗଦାନ ଦେବ ଆପଲ ।

ମୁମ୍ବାଇରେ ଖୋଲିଥିବା ଏହି ଷ୍ଟୋରରେ ବର୍ତ୍ତମାନ ଶହେ କର୍ମଚାରୀ କାମ କରୁଛନ୍ତି । ଏମାନେ ୨୦ଟି ଭାଷାରେ କଥାବାର୍ତ୍ତା କରିପାରୁଛନ୍ତି । ଭାରତରେ ଷ୍ଟୋର ଖୋଲିବା ନେଇ ଆପଲ ସିଇଓ ଟିମ୍ କୁକ କହିଛନ୍ତି ଯେ, ଆମେ ଗୋଟେ ଲମ୍ବା ଯାତ୍ରା କରିଛୁ । ମୋତେ ଖୁସି ଲାଗୁଛି ଯେ ଆପଲ ଭାରତରେ ତାର ଷ୍ଟୋର ଖୋଲିଛି ।