କନକ ବ୍ୟୁରୋ : କର୍ମଚାରୀଙ୍କ ପାଇଁ ବଡ ଘୋଷଣା କରିଛି ମୋବାଇଲ ନିର୍ମାତା କମ୍ପାନୀ ଆପଲ । ଆପଲ ନିଜର କର୍ମଚାରୀଙ୍କୁ ସପ୍ତାହରେ ତିନି ଦିନ ଅଫିସ ଆସିବା ପାଇଁ କହିଛି । ଆଗାମୀ ସେପ୍ଟେମ୍ବର ମାସରୁ କମ୍ପାନୀରେ ଏହି ନୂଆ ବ୍ୟବସ୍ଥାକୁ ଲାଗୁ କରାଯିବ । ଏହି ପଦକ୍ଷେପ ଏହା ସଙ୍କେତ ଦେଉଛି ଯେ ଆପଲ ନିଜ କର୍ମଚାରୀଙ୍କୁ କାମ କରାଇବା ପାଇଁ ପ୍ରତିଶ୍ରୁତିବଦ୍ଧ । କମ୍ପାନୀ ବ୍ୟକ୍ତିଗତ ଭାବେ କର୍ମଚାରୀଙ୍କ ସହ ଆଲୋଚନା କରିବା ଏବଂ ପ୍ରତ୍ୟେକ କାମର ଏକ ଡେମୋ ଦେଖାଇବା ଉପରେ ସବୁବେଳ ଗୁରୁତ୍ୱ ଦେଇଆସିଛି । ଏହା ଦ୍ୱାରା କର୍ମକ୍ଷେତ୍ରରେ ଉତ୍ତମ ପରିବେଶ ସୃଷ୍ଟି ହେବା ସହ ହାର୍ଡୱେର ତିଆରି କରିବା ସହ ବିକ୍ରି କରାଯାଇପାରିବ । ତେଣୁ ଏଥିପାଇଁ ଶାରିରୀକ ଭାବେ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି । ତେଣୁ ବର୍ତ୍ତମାନ ୩ ଦିନ କର୍ମଚାରୀ ଅଫିସରେ କାମ କରିବେ ।
ଗ୍ରୀଷ୍ମ ଦିନରେ ଆପଲର କର୍ମଚାରୀ ସପ୍ତାହରେ ୨ଦିନ ଅଫିସ ଯାଇ କାମ କରିଥାନ୍ତିା ବର୍ତ୍ତମାନ କମ୍ପାନୀ ଏହିଭଳି ସିଷ୍ଟମ ପ୍ରସ୍ତୁତ କରିବାକୁ ଯାଉଛି ଯେଉଁଥିରେ ଚଳିତ ବର୍ଷରୁ ସପ୍ତାହରେ ୩ ଦିନ କାର୍ଯ୍ୟାଳୟରେ କାମ କରିବେ । ଆପଲ କମ୍ପାନୀର ସଫ୍ଟୱେର ମୁଖ୍ୟ କ୍ରେଗ୍ ଫେଡେରିଗ କହିଛନ୍ତି, ସେପ୍ଟେମ୍ବରରେ ଇମେଲ ଜରିଆରେ ସମସ୍ତଙ୍କୁ ଏହି ନୂଆ ସିଷ୍ଟମ ବାବଦରେ ଅବଗତ କରାଯିବ । ଯେଉଁଥିରେ ପ୍ରତ୍ୟେକ କର୍ମଚାରୀଙ୍କୁ ସପ୍ତାହରେ ୩ ଦିନ ଅଫିସ ଆସିବାକୁ ପଡିବ ।