ସେଓ ମଞ୍ଜି ନେଇପାରେ ଜୀବନ  । ଜାଣନ୍ତୁ କେତେ ମଞ୍ଜି ହୋଇପାରେ ଘାତକ

823

କନକ ବ୍ୟୁରୋ: ଅପାଣମାନେ ଯଦି ଫିଲ୍ମ ‘ମମ୍’ ଦେଖିଥାନ୍ତି ସେଥିରେ ଶ୍ରୀଦେବୀଙ୍କ ଚରିତ୍ର ଟିକେ ମନେପକାନ୍ତୁ । ଏଥିରେ ଶ୍ରୀଦେବୀ ଜଣେ କ୍ରିମିନାଲ ଠାରୁ ପ୍ରତିଶୋଧ ନେଇଛନ୍ତି  । ତାହା ପୁଣି ସେଓ ମଞ୍ଜକୁ ଅସ୍ତ୍ର କରି । ସେଓ ମଞ୍ଜି ଖୁଆଇ ସେ କ୍ରିମିନାଲକୁ ମାରିଛନ୍ତି । ଯେଉଁ ସେଓ ସ୍ୱାସ୍ଥ୍ୟ ପାଇଁ ବରଦାନ ତାହା ଘାତକ ବି ହୋଇପାରେ । ଜାଣନ୍ତୁ ଏହା ଜୀବନ ପ୍ରତି କିପରି ବିପଜ୍ଜନକ ହୋଇପାରେ ।

ସେଓ ମଞ୍ଜିରେ ଏମିଗଡାଲିନ୍ ନାମକ ଉପାଦାନ ରହିଛି । ଯେତେବେଳେ ଏହା ମଣିଷର ପାଚକ କ୍ରିୟାର ଏନଜାଇମ ସଂସ୍ପର୍ଶରେ ଆସେ ସେତେବେଳେ ସାଇନାଇଡ୍ ରିଲିଜ୍ ହୋଇଥାଏ । ଏମିଗଡାଲିନରେ ସାଇନାଇଡ୍ ଥାଏ । ଯେତେବେଳେ ଏହା ପାଚନ କ୍ରିୟାରେ ପ୍ରବେଶ କରେ ଏହା ହାଇଡ୍ରୋଜେନ୍ ସିଆନାଇଡରେ ବଦଳିଯାଏ । ଏହାଦ୍ୱାରା ଶରୀରରେ ବ୍ଲଡପ୍ରେସର କମ୍ ହୋଇଯିବା ସହ ହୃଦସ୍ପନ୍ଦନ ମଧ୍ୟ କମିଯାଏ । ଏହା କେବଳ ଅସୁସ୍ଥତା ଆଣେ ନାହିଁ ବରଂ ଘାତକ ମଧ୍ୟ ହୋଇପାରେ ।

ପ୍ରଶ୍ନ ଉଠୁଛି କେତେ ପରିମାଣର ସେଓ ମଞ୍ଜି ଖାଇଲେ ଏହା ଶରୀରରେ ବିଷ ପ୍ରତିକ୍ରିୟା ସୃଷ୍ଟି କରେ । ଗବେଷଣା ମୁତାବକ, ଯଦି ୨୦ରୁ ୨୫ ସେଓର ମଞ୍ଜି ଖାଇଦିଆଯାଏ ତେବେ ଏହା ଜୀବନ ନେଇପାରେ । ମଣିଷ କୋମା ସ୍ତରକୁ ମଧ୍ୟ ଯାଇପାରେ ।   ଏପରି ସମସ୍ୟା ଅଧିକ ଜୁସ୍ ପିଇବା ସମୟରେ ହୋଇଥାଏ । କାରଣ ଯେଉଁମାନେ ଜୁସ୍ କରନ୍ତି ସେମାନେ ସତର୍କତାର ସହ ସେଓରୁ ମଞ୍ଜି କାଢିନଥାନ୍ତି । ତେଣୁ ସେଓ ଖାଇବା ସମୟରେ ଏସବୁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ।