ନିର୍ବାଚନ ଋତୁରେ ବଢ଼ିଲା ଆଇଫୋନ ହ୍ୟାକ୍ ଆଶଂକା । ୯୨ ଦେଶର ବ୍ୟବହାରକାରୀଙ୍କ ଇମେଲରେ ସର୍ତକ କରାଇଲା ଆପଲ କମ୍ପାନୀ

81

କନକ ବ୍ୟୁରୋ : ନିର୍ବାଚନ ଋତୁରେ ଆଇନଫୋନ ହ୍ୟାକ୍ ଆଶଙ୍କା । ଏନେଇ ୯୨ ଦେଶର ବ୍ୟବହାରକାରୀଙ୍କୁ ସର୍ତକ କରାଇଲା ଆପଲ କମ୍ପାନୀ । ଇମେଲ ଜରିଆରେ ବ୍ୟବହାକାରୀଙ୍କୁ ସର୍ତକ କରାଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ମର୍ସେନାରୀ ସ୍ପାଏୱେୟର ଆକ୍ରମଣକାରି ଆଇଫୋନକୁ ହ୍ୟାକ କରିପାରନ୍ତି । ଏହି ସୂଚନାକୁ ଗମ୍ଭୀରତା ସହ ଗ୍ରହଣ କରନ୍ତୁ ବ୍ୟବହାରକାରୀ । ଏହି କଥା ମଧ୍ୟ କୁହାଯାଇଛି କି ସ୍ପାଏୱେୟର ଆଇଫୋନକୁ ନିଜ ନିୟନ୍ତ୍ରଣକୁ ନେଇପାରେ । ହ୍ୟାକର ନିଜ ଇଚ୍ଛାରେ ଫୋନକୁ ଚଳାଇପାରିବ ଓ ନିଦ୍ଧିଷ୍ଟ ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିପାରେ । ଫୋନକୁ ଆସୁଥିବା ଅଜଣା ଲିଙ୍କ ପ୍ରତି ସବୁଠୁ ଅଧିକ ସର୍ତକ ରହିବାକୁ ଆପଲ କମ୍ପାନୀ ଅପିଲ କରିଛି । ମର୍ସେନାରୀ ସ୍ପାଏୱେୟର ହେଉଛି ପେଗାସସ ଭଳି ଏକ ଗୁଇନ୍ଦା ସଂସ୍ଥା । ଆର୍ଥିକ ଠକେଇରେ ଏହାକୁ ବ୍ୟବହାର କରିବା ପୂର୍ବରୁ ନଜିର ରହିଛି । ଆଗକୁ ନିର୍ବାଚନ ଏହି ସମୟରେ ନେତା,ସେଲିବ୍ରେଟି, ଶିଳ୍ପପତି ଓ ବ୍ୟବସାୟୀଙ୍କୁ ଟାର୍ଗେଟ ଆଶଙ୍କା ରହିଛି ।