କନକ ବ୍ୟୁରୋ: ଆମେରିକୀୟ କମ୍ପାନୀ ଆପଲ ପୁଣିଥରେ ଚୀନକୁ ଝଟକା ଦେବା ପାଇଁ ପ୍ରସ୍ତୁତ ହେଉଛି । ନିକଟରେ କମ୍ପାନୀ ଆଇଫୋନର ଉତ୍ପାଦନ ଚୀନରେ କମ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଆଗାମୀ ଦିନରେ ଅଧିକରୁ ଅଧିକ ଉତ୍ପାଦନ ଭାରତରେ ଆରମ୍ଭ ହେବ । ତେବେ ନିକଟରେ ସୂଚନା ମିଳିଛି ଯେ, କମ୍ପାନୀ ଏୟାରପଡ୍ସ ଏବଂ ବିଟ୍ସ ହେଡଫୋନର ଉତ୍ପାଦନ ଭାରତରେ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ।

Advertisment

ଅର୍ନ୍ତଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆପଲ ନିଜର ସପ୍ଲାୟର୍ସଙ୍କୁ ଏୟାରପଡ୍ସ ଏବଂ ବିଟ୍ସ ହେଡଫୋନର ଭାରତରେ କରିବାକୁ କହିଛି । ଫକ୍ସକନ କମ୍ପାନୀ ଭାରତରେ ହିଁ ବିଟ୍ସ ହେଡଫୋନ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତୁତ ହୋଇଥିବା ମଧ୍ୟ ଜଣାପଡିଛି । ଏହା ସହ ହିଁ ଏୟାରପଡ୍ସ ମଧ୍ୟ ଭାରତରେ ଉତ୍ପାଦନ ହୋଇପାରେ । ଭାରତ ପାଇଁ ଏହା ଏକ ବଡ ବିଜୟ, ଏହା ହେବା ଦ୍ୱାରା ଭାରତର ଗ୍ଲୋବାଲ ସପ୍ଲାଏ ଚେନ ବଢିବ ।