ଯୁଦ୍ଧ ପୂର୍ବରୁ ଭୟଭିତ ଆପଲ କମ୍ପାନୀ, ଲେବଲ ବଦଳାଇବାକୁ ପରାମର୍ଶ

439

କନକ ବ୍ୟୁରୋ : ଚୀନ ଓ ତାଇୱାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଆଶଂକାର ପ୍ରଭାବ ଏବେ ବଜାର ଉପରେ ପଡିବା ଆରମ୍ଭ ହୋଇଯାଇଛି । କାରଣ ଏହି ଦୁଇଟି ଦେଶ ଏବେ ବିଶ୍ୱ ବଜାରରେ ଲାପଟପ, ସ୍ମାର୍ଟଫୋନ ଯୋଗାଣ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛନ୍ତି । କିଛିଦିନ ତଳେ ଆମେରିକାର ସ୍ପିକର ନେନସି ପେଲୋସୀଙ୍କ ତାଇୱାନ ଗସ୍ତ ନେଇ ଚୀନ ଉପରେ ଆକ୍ରମଣାତ୍ମକ ଢଙ୍ଗରେ ବିଭିନ୍ନ ବୟାନ ଜାରି କରିଛି । ଏହାସହ ଚୀନ ତାଇୱାନ ସୀମାରେ ସମରାଭ୍ୟାସ ଜାରି ରଖିଥିବାରୁ କେତେବେଳେ ବି ଆକ୍ରମଣ କରିପାରେ ବୋଲି ଆଶଂକା କରାଯାଉଛି ।

ଏଭଳି ପରିସ୍ଥିତିରେ ଏବେ ଉଭୟ ଦେଶର ବ୍ୟବସାୟ କ୍ଷେତ୍ରରେ ମାନ୍ଦାବସ୍ତା ଦେଖାଦେବା ସହ ତାଇୱାନ ମୋବାଇଲ କମ୍ପାନୀ ଆପଲ ତାର ଲେବଲ ଓ ବେଞ୍ଚମାର୍କ ବଦଳାଇବାକୁ ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଇଛି । କମ୍ପାନୀର ପରାମର୍ଶ ମୁତାବକ ଏବେ ଆପଲ ଫୋନ ଉପରେ ମେଡ ଇନ୍ ତାଇୱାନ ପରିବର୍ତ୍ତେ ‘ଚୀନ ତାଇପେ’ ବୋଲି ଲେଖିବାକୁ ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଇଛି ।

ସେପଟେ କମ୍ପାନୀ ତରଫରୁ ତାଇୱାନରୁ ଚୀନ ରପ୍ତାନୀ ହେଉଥିବା ସିପମେଣ୍ଟ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି । ଏହାସହ ଗତକାଲି ଆପଲ କମ୍ପାନୀର ଯୋଗାଣକାରୀମାନଙ୍କୁ ତାଇୱାନରେ ପ୍ରସ୍ତୁତ ହେଉଥିବା ଉପକରଣ ଉପରେ କଡାକଡି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ।

ସେପଟେ ଆସନ୍ତାମାସରେ ଆପଲ ତରଫରୁ ଆଇଫୋନର ୧୪ ତମ ସିରିଜ ଓ ଅନ୍ୟକିଛି ଉତ୍ପାଦ ଲଂଚ କରିବାକୁ ଥିଲା । ହେଲେ ସିପମେଣ୍ଟରେ ଡେରି ହେଉଥିବାରୁ ଏହା ସିଧାସଳଖ ପ୍ରଭାବ ଲଂଚ୍ ଉପରେ ପଡିବ ବୋଲି କୁହାଯାଉଛି ।