କରୋନା ଲଢେଇ ପାଇଁ ଦାନ କରିବାକୁ ନବୀନଙ୍କ ନିବେଦନ: ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିବା ପାଇଁ କଲେ ଅପିଲ

ସିଏମଆରଏଫ୍ ଓଡିଶା-ଡଟ୍–ଜିଓଭି-ଡଟ-ଇନ୍ ରେ ଦାନ କରିବାକୁ ନିବେଦନ

596

କନକ ବ୍ୟୁରୋ: କରୋନା ଲଢେଇ ପାଇଁ ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ଅପିଲ କରିଛନ୍ତି ନବୀନ । cmrfodisha.gov.inରେ ଦାନ କରିବାକୁ ନିବେଦନ କରିଛନ୍ତି । ଏଥିପାଇଁ ଏସବିଆଇ, ଏଚଡିଏଫସି, ଓ ଆଇସିଆଇସିଆଇ ବ୍ୟାଙ୍କର ଆକାଉଂଟନମ୍ବର ଓ ଆଇଏଫସି କୋଡ ଜାରି କରାଯାଇଛି । ଗୁଗୁଲ ପେ, ପେଟିଏମ କିମ୍ବା ଅନ୍ୟାନ୍ୟ ଅନଲାଇନ ପେମେଂଟ ଆପ ଜରିଆରେ ଦାନ ଦେଇପାରିବେ ।

ଅନ୍ୟପଟେ, କରୋନା ବିରୋଧରେ ଲମ୍ବା ଲଢେଇ କରିବାକୁ ପଡିବ । ଏଥିରେ ନା ଆମକୁ ହାରିବାର ଅଛି, ନା ଥକିବାର ଅଛି । ଏହି ଯୁଦ୍ଧରେ ଆମକୁ ଜିତିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପିର ୪୦ତମ ସ୍ଥାପନା ଦିବସରେ ଦଳୀୟ କର୍ମକର୍ତାଙ୍କୁ ସମ୍ବୋଧିତ କରି ମୋଦି କରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ ନିଜର ଯୋଗଦାନ ଦେବାକୁ ଅପିଲ କରିଛନ୍ତି । ସେ କହିଛନ୍ତି, ଭାରତର ଉଦ୍ୟମକୁ ଡବ୍ଲୁ ଏଚଓ ବି ପ୍ରଶଂସା କରିଛନ୍ତି । ଘରୁ ବାହାରିଲେ ମାସ୍କ ପିନ୍ଧିବା ସହ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକଙ୍କ ପାଖକୁ ଯିବାକୁ ବି ସେ କର୍ମକର୍ତ୍ତାଙ୍କୁ ଅନେକ ଅପିଲ କରିଛନ୍ତି ।