କନକ ବ୍ୟୁରୋ : ଗ୍ୟାଙ୍କଷ୍ଟର ରାଜା ଆଚାର୍ଯ୍ୟକୁ ପୁଣି ଜେଲର ଚାରିକାନ୍ଥ ଭିତରକୁ ପଠାଇବା ପାଇଁ ଚାହୁଁଛି କମିଶନରେଟ ପୋଲିସ । ଏଥିପାଇଁ ଆଜି ତାର ଜାମିନକୁ ରଦ୍ଦ କରିଦେବା ଲାଗି ହାଇକୋର୍ଟରେ ଆବେଦନ କରିଛି ପୋଲିସ । ରାଜା ଆଚାର୍ଯ୍ୟ ଜେଲରୁ ବାହାରେ ରହିଲେ କିଛି ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଆବେଦନରେ ଦର୍ଶାଇଛି ପୋଲିସ । ଗତ ୨୦ ତାରିଖରେ ହାଇକୋର୍ଟରୁ ଜାମିନ ପାଇବା ପରେ ଜେଲରୁ ମୁକୁଳିଥିଲା ରାଜା ଆଚାର୍ଯ୍ୟ ।
ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଓ ହତ୍ୟା ଧମକ ମାମଲାରେ ଜାମିନ ମିଳିବା ପରେ ଜେଲରୁ ବେଲରେ ବାହାଥିଲା ରାଜା । ତେବେ ବିରଂଚି ଦାସ ହତ୍ୟାକାଣ୍ଡରେ ସଂପୃକ୍ତ ରାଜାଠାରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡିଥିଲେ ଜୁଡୋ କୋଚ ବିରଂଚି ଦାସଙ୍କ ପତ୍ନୀ ଗୀତାଞ୍ଜଳି । ତେବେ ରାଜା ବାହାରେ ରହିଲେ ପୁଣି ତାର ନେଟୱର୍କକୁ ସକ୍ରିୟ କରିବା ସମ୍ଭାବନା ଥିବା ଅନୁଭବ କରି କମିଶନରେଟ ପୋଲିସ ତାର ଜାମିନକୁ ଖାରଜ କରିଦେବା ଲାଗି କୋର୍ଟରେ ଅପିଲ କରିଛି ।
Follow Us
/kanak/media/post_attachments/wp-content/uploads/2017/03/Raja-Acharya-Goes-On-Parole-300x240.jpg)