ଲୋହିତ ସାଗରରେ ଯୁଦ୍ଧ ସ୍ଥିତି । ନରୱେ ଯୁଦ୍ଧପୋତ ଉପରକୁ ମିସାଇଲ ମାଡ଼ କରି ଇସ୍ରାଏଲକୁ ଧମକ ଦେଲା ୟେମନ ହୁତୀ ଆତଙ୍କୀ ସଗଂଠନ

104

କନକ ବ୍ୟୁରୋ : ଲୋହିତ ସାଗରରେ ଯୁଦ୍ଧ ପରିସ୍ଥିତି । ଇସ୍ରାଏଲ ସେନାର ଜାହଜ ଉପରେ ଇରାନ ସମର୍ଥିତ ୟେମନ ହୁତୀ ମିସାଇଲ ମାଡ କରିଛି । ଯୁଦ୍ଧପୋତ ଉପରେ ଜୋରଦାର ଆକ୍ରମଣ କରିଛି ହୁତୀ ଆତଙ୍କୀ ସଂଗଠନ । ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଇସ୍ରାଏଲ ସେନାକୁ ବାରମ୍ବାର ଧମକ ଦେଇ ଆସୁଛି ହୁତି । କିଛି ଦିନ ପୂର୍ବରୁ ମଝି ସମୁଦ୍ରରୁ ଜାହଜ ଅପହରଣ କରି ଭିଡିଓ ମଧ୍ୟ ଜାରି କରିଥିଲା । ପୁଣି ଆକ୍ରମଣ କରି ହୁତୀ ସଂଗଠନ ଇସ୍ରାଏଲକୁ ଖୋଲା ଚ୍ୟାଲେଂଚ ଦେଇଛି । ଇରାନ ସମର୍ଥିତ ହୁତି ବିଦ୍ରୋହୀ ଅକ୍ଟୋବର ୭ପରଠୁ ଲୋହିତ ସାଗର ଦେଇ ଯାଉଥିବା ଇସ୍ରାଏଲ ଜାହଜ ଓ ଯୁଦ୍ଧପୋତ ଉପରେ ବାରମ୍ବାର ଅକ୍ରମଣ କରୁଛି । ଗୋଟେପଟେ ଗାଜାରେ ଯୁଦ୍ଧ ଚାଲିଛି ଅନ୍ୟପଟେ ଲୋହିତ ସାଗରରେ ଉତେଜନ ଚରମସୀମାରେ ପହଁଚିଲାଣି ।