ନାବାଳିକାଙ୍କ ଉପରେ ଯୌନ ନିର୍ଯ୍ୟାତନା ଘଟଣାକୁ ଗୁରୁତର ସହ ନେଲେ ସୁପ୍ରିମକୋର୍ଟ । ଆସନ୍ତାକାଲି ଏନେଇ କୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ସୁପ୍ରିମକୋର୍ଟରେ କୋଟିଆ ମାମଲା : ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର କଲା ଓଡିଶା; ଆଜି ହୋଇପାରେ ମାମଲାର ଶୁଣାଣି
କନକ ବ୍ୟୁରୋ :  ଦିନକୁ ଦିନ ବଢୁଛି ଶିଶୁଙ୍କ ଉପରେ ଶାରୀରିକ ଅତ୍ୟାଚାର। କେବଳ ରାଜ୍ୟ ନୁହେଁ ସାରା ଦେଶରେ ନାବାଳିକାଙ୍କ ଉପରେ ହେଉଛି ଯୌନ ନିର୍ଯ୍ୟାତନା। ଜୀବନ କଣ ଜାଣିବା ଆଗରୁ, ଦୁନିଆ କଣ ଦେଖିବା ଆଗରୁ ସେମାନଙ୍କ ଉପରେ ହେଉଛି ଆଖିବୁଜା ଅତ୍ୟାଚାର। ଯୌନ ପିପାସୁ ରାକ୍ଷସମାନେ କଅଁଳ କଢିଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରୁଛନ୍ତି। ଯୌନ ଲାଳସା ଏତେ ଅଧିକ ହେଉଛି ଯେ ସେମାନେ ୬-୭ ମାସର ଶିଶୁଙ୍କୁ ବି ଛାଡୁ ନାହାନ୍ତି।

publive-image India TV

ତେବେ ନାବାଳିକା ଦୁଷ୍କର୍ମ ନେଇ ଗଣମାଧ୍ୟମରେ ବାରମ୍ବାର ଅଭିଯୋଗ ହୁଏ। ସବୁ ଦିନ ସବୁ ସମ୍ବାଦ ପତ୍ରରେ ଶିରୋନାମ ପାଲଟେ ନାବାଳିକା ନିର୍ଯ୍ୟାତନା। ତେବେ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ। ଆଉ ଜାଣିବାକୁ ଚାହିଁଛନ୍ତି ଗତ ୬ ମାସ ମଧ୍ୟରେ ସାରା ଦେଶରେ କେତେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି ଆଉ କେତେ ମାମଲାରେ କେତେ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

publive-imageସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ ଘଟଣାକୁ ଗୁରୁତର ସହ ନେଇ ସୁପ୍ରିମକୋର୍ଟ ରେଜଷ୍ଟ୍ରିଙ୍କୁ ଏ ବାବଦରେ ଜଣାଇବାକୁ କହିଥିଲେ। ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ରେଜଷ୍ଟ୍ରି ଅଫିସ ଦେଶର ସବୁ ହାଇକୋର୍ଟରୁ ପରିସଂଖ୍ୟାନ ମାଗିଥିଲେ। ଆଉ ପରିସଂଖ୍ୟାନ ମିଳିବା ପରେ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ। ପରିସଂଖ୍ୟାନରେ ଥିଲା କି ୬ ମାସ ମଧ୍ୟରେ ୨୪ ହଜାର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି । ଚଳିତ ବର୍ଷ ଜାନୁୟାରୀରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସାରା ଭାରତରେ ୨୪ ହଜାର ଶିଶୁଙ୍କ ଯୌନ ଶୋଷଣର ଶିକାର ହୋଇଛନ୍ତି ।
publive-image୩୦ ଜୁନ ସୁଦ୍ଧା ଦେଶରେ ୨୪ ହଜାର ୨୧୨ଟି ଦୁଷ୍କର୍ମ ଅଭିଯୋଗ ହୋଇଛି। ସେଥି ମଧ୍ୟରୁ ୧୧ ହଜାର ୯୮୧ଟି ମାମଲାର ଯାଞ୍ଚ ଚାଲିଛି। ୧୨ ହଜାର ୨୩୧ଟି ମାମଲାର ଚାର୍ଜସିଟି ଦାଖଲ ସରିଛି ଏବଂ ୬୪୯୯ଟି ମାମଲାର ଶୁଣାଣି ଆରମ୍ଭ ହୋଇଛି। ସବୁଠାରୁ ବଡ କଥା ହେଉଛି କି ୨୪ ହଜାରରୁ ଅଧିକ ଏଫଆଇଆର ମଧ୍ୟରୁ ମାତ୍ର ୯୧୧ଟି ମାମଲାର ଫଇସଲା ହୋଇଛି। ତେବେ ନାବାଳିକା ବଳାତ୍କାର କ୍ଷେତ୍ରରେ ଉତ୍ତର ପ୍ରଦେଶ ସବୁଠାରୁ ଆଗରେ ରହିଛି। ଯୋଗୀ ସରକାରଙ୍କ ରାଜ୍ୟରେ ଗତ ୬ ମାସ ମଧ୍ୟରେ ୩୪୫୭ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି।
ଆଉ ଏ ସମସ୍ତ ମାମଲା ମଧ୍ୟରୁ ମାତ୍ର ୧୭୭୯ଟିର ଯାଞ୍ଚ ଚାଲିଛି ଯାହା ୟୁପି ପୁଲିସର ପାରିବା ପଣିଆ ଉପରେ ଆଙ୍ଗୁଠି ଉଠାଇଛି। ସେହିପରି ମଧ୍ୟପ୍ରଦେଶରେ ମଧ୍ୟ ୨୩୮୯ଟି ମାମଲା ୬ ମାସରେ ରୁଜୁ ହୋଇଛି ଆଉ ସେଠି ୧୮୪୧ଟି କେସରେ ଚାର୍ଜସିଟ ଦାଖଲ କରାଯାଇଛି। ତେବେ ନାବାଳିକା ବଳାତ୍କାର ସଂଖ୍ୟା ଶୁଣି ସାରା ଦେଶ ଅବାକ ହୋଇଥିବା ବେଳେ ସୁପ୍ରିମକୋର୍ଟରେ ସୋମବାର ଏହାର ଶୁଣାଣି ହେବ। ସୋମବାର ଉକ୍ତ ମାମଲା ଉପରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି, ଏକ ବଡ ରାୟ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe