କନକ ବ୍ୟୁରୋ : ଦିନକୁ ଦିନ ବଢୁଛି ଶିଶୁଙ୍କ ଉପରେ ଶାରୀରିକ ଅତ୍ୟାଚାର। କେବଳ ରାଜ୍ୟ ନୁହେଁ ସାରା ଦେଶରେ ନାବାଳିକାଙ୍କ ଉପରେ ହେଉଛି ଯୌନ ନିର୍ଯ୍ୟାତନା। ଜୀବନ କଣ ଜାଣିବା ଆଗରୁ, ଦୁନିଆ କଣ ଦେଖିବା ଆଗରୁ ସେମାନଙ୍କ ଉପରେ ହେଉଛି ଆଖିବୁଜା ଅତ୍ୟାଚାର। ଯୌନ ପିପାସୁ ରାକ୍ଷସମାନେ କଅଁଳ କଢିଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରୁଛନ୍ତି। ଯୌନ ଲାଳସା ଏତେ ଅଧିକ ହେଉଛି ଯେ ସେମାନେ ୬-୭ ମାସର ଶିଶୁଙ୍କୁ ବି ଛାଡୁ ନାହାନ୍ତି।
/kanak/media/post_attachments/wp-content/uploads/2019/01/supreme-court-1531134696.jpg)
ତେବେ ନାବାଳିକା ଦୁଷ୍କର୍ମ ନେଇ ଗଣମାଧ୍ୟମରେ ବାରମ୍ବାର ଅଭିଯୋଗ ହୁଏ। ସବୁ ଦିନ ସବୁ ସମ୍ବାଦ ପତ୍ରରେ ଶିରୋନାମ ପାଲଟେ ନାବାଳିକା ନିର୍ଯ୍ୟାତନା। ତେବେ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ। ଆଉ ଜାଣିବାକୁ ଚାହିଁଛନ୍ତି ଗତ ୬ ମାସ ମଧ୍ୟରେ ସାରା ଦେଶରେ କେତେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି ଆଉ କେତେ ମାମଲାରେ କେତେ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
/kanak/media/post_attachments/wp-content/uploads/2019/06/minor-rape.jpg)
/kanak/media/post_attachments/wp-content/uploads/2019/02/rape-child-crime-1537206468.jpg)
ଆଉ ଏ ସମସ୍ତ ମାମଲା ମଧ୍ୟରୁ ମାତ୍ର ୧୭୭୯ଟିର ଯାଞ୍ଚ ଚାଲିଛି ଯାହା ୟୁପି ପୁଲିସର ପାରିବା ପଣିଆ ଉପରେ ଆଙ୍ଗୁଠି ଉଠାଇଛି। ସେହିପରି ମଧ୍ୟପ୍ରଦେଶରେ ମଧ୍ୟ ୨୩୮୯ଟି ମାମଲା ୬ ମାସରେ ରୁଜୁ ହୋଇଛି ଆଉ ସେଠି ୧୮୪୧ଟି କେସରେ ଚାର୍ଜସିଟ ଦାଖଲ କରାଯାଇଛି। ତେବେ ନାବାଳିକା ବଳାତ୍କାର ସଂଖ୍ୟା ଶୁଣି ସାରା ଦେଶ ଅବାକ ହୋଇଥିବା ବେଳେ ସୁପ୍ରିମକୋର୍ଟରେ ସୋମବାର ଏହାର ଶୁଣାଣି ହେବ। ସୋମବାର ଉକ୍ତ ମାମଲା ଉପରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି, ଏକ ବଡ ରାୟ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି।