ଆପୋଲରେ ରୋଗୀ ସେବା ଠପ୍ ! ଦରମା ବୃଦ୍ଧି ସହ ବୋନସ ଦାବିରେ ଆନ୍ଦୋଳନରେ ହସ୍ପିଟାଲ କର୍ମଚାରୀ

42

କନକ ବ୍ୟୁରୋ : କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଭୁବନେଶ୍ୱରର ଏକ ପ୍ରମୁଖ ଘରୋଇ ହସପିଟାଲ ଆପୋଲରେ ରୋଗୀ ସେବା ଠପ ହୋଇଯାଇଛି । ଦରମା ବୃଦ୍ଧି ଓ ବୋନସ ଦାବିରେ ଆଜି ସକାଳୁ କର୍ମଚାରୀମାନେ ଆନ୍ଦୋଳନ କରି ଧାରଣାରେ ବସିଛନ୍ତି । ଶତାଧିକ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । କର୍ମଚାରୀଙ୍କ କହିବା ଅନୁଯାୟୀ, ହସ୍ପିଟାଲ ମ୍ୟାନଜମେଣ୍ଟ ରେ ଥିବା କର୍ମଚାରୀଙ୍କ ଦରମା ବଢୁଥିବା ବେଳେ ତାଙ୍କ ପ୍ରତି ହସ୍ପିଟାଲ କର୍ତ୍ତୃପକ୍ଷ ଅଣଦେଖା କରୁଛନ୍ତି । ନିର୍ଦ୍ଧାରିତ ସମୟ ଠାରୁ ଅଧିକ କାମ କରୁଥିଲେ ମଧ୍ୟ ତାଙ୍କ ଅଭିଯୋଗ କେହି କର୍ଣ୍ଣପାତ କରୁନାହାନ୍ତି । ତେଣୁ ସେମାନେ ଆନ୍ଦୋଳନରେ ବସିଛନ୍ତି । ତା ଛଡା ଯେତେବେଳ ଯାଏଁ ତାଙ୍କ ଦାବି ପୂରଣ ନ ହୋଇଛି ସେତେବେଳ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନରେ ବସିଥିବା କର୍ମଚାରୀ । ଏହି ଆନ୍ଦୋଳନ ପାଇଁ ଆପୋଲୋ ହସ୍ପିଟାଲରେ ରୋଗୀ ସେବା ଠପ୍ ହୋଇଯାଇଛି । ଯାହାଫଳରେ ରୋଗୀଙ୍କ ସର୍ମ୍ପକୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।