କନକ ବ୍ୟୁରୋ : ବର୍ଷେ ଧରି ବନ୍ଦ ହୋଇ ରହିଥିବା ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ବାଟ ଫିଟିଲା । ଏନେଇ ଅଧ୍ୟାଦେଶ ଆଣିଛନ୍ତି ରାଜ୍ୟ ସରକାର । ରାଜ୍ୟ କ୍ୟାବିନେଟ୍ ଏ ସଂପର୍କିତ ପ୍ରସ୍ତାବ ଉପରେ ମୋହର ମାରିଛି । ଆଗାମୀ ଦିନରେ ବିଧାନସଭାରେ ଏହାକୁ ପାରିତ କରାଇବେ । ଏହା ଦ୍ୱାରା ଆପାର୍ଟମେଣ୍ଟରେ ଫ୍ଲାଟ ମାଲିକଙ୍କୁ କମନ ଏରିଆର ମାଲିକାନା ଅଧିକାର ମିଳିବ ।
ସର୍ବସାଧାରଣଙ୍କ ପାଇଁ ଆପାର୍ଟମେଣ୍ଟରେ ସଂରକ୍ଷିତ ଥିବା ସ୍ଥାନ ଉପରେ ବିଲଡର ଅଧିକାର ଜାହିର କରିପାରିବେ ନାହିଁ । ପୂର୍ବରୁ ବିଲଡରମାନେ କମନ ଏରିଆ ଉପରେ ଅଧିକାର ଜାହିର କରୁଥିବାବେଳେ ଏହାକୁ ନେଇ ବାଦବିବାଦ ଦେଖାଦେଇଥିଲା । ଏପରି ବିବାଦ ଯୋଗୁ ଫ୍ଲାଟ କିଣାବିକା ସମ୍ପର୍କିତ ପଞ୍ଜିକରଣ ବନ୍ଦ ରହିଛି ।
- ଓଡ଼ିଶା ଆପାର୍ଟମେଣ୍ଟ ଅଧ୍ୟାଦେଶ-୨୦୨୩ କାର୍ଯ୍ୟକାରୀ ପାଇଁ ନିଷ୍ପତି ନେଇଛନ୍ତି ସରକାର
- ଆପାର୍ଟମେଣ୍ଟ ପଞ୍ଜିକରଣ ବେଳେ ରିୟଲ ଇଷ୍ଟେଟ୍ ଅଥରିଟି ଆକ୍ଟକୁ ଉଲ୍ଲଙ୍ଘନ କରାଯାଉଥିଲା
- ଆଇନର ଉଲ୍ଲଙ୍ଘନ କରାଯାଉଥିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା
- ଋିୟଲ ଇଷ୍ଟେଟ୍ ଅଧିନିୟମ-୨୦୧୬ ଏବଂ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ ୨୦୨୧ ମଧ୍ୟରେ ବିରୋଧାଭାସ ନିୟମ ରହିଥିଲା
- ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ-୨୦୨୧ର ବିଜ୍ଞପ୍ତିକୁ ବିରୋଧ କରି ହାଇକୋର୍ଟରେ ମାମଲା ହୋଇଥିଲା
- ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ‘ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୧୯୮୨’ ଉଚ୍ଛେଦ କରିଥିଲେ
- ‘ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୨୦୨୩’ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ
- ଗତ ବିଧାନସଭା ବିଜେଟ୍ ଅଧିବେଶନରେ ଅନୁମୋଦନ ପାଇଁ ଆସିଥିବା ଅଧିନୟମ ପ୍ରସ୍ତାବକୁ ସରକାର ପ୍ରତ୍ୟାହାର କରିନେଇଥିଲେ
- ଓଡ଼ିଶା ଆପାର୍ଟମେଣ୍ଟ ଅଧ୍ୟାଦେଶ-୨୦୨୩ କାର୍ଯ୍ୟକାରୀ ପାଇଁ ଆଗତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି
- ବର୍ତମାନ କୌଣସି ଅଧିବେଶନ ନଥିବାରୁ ନୂଆ ଅଧିନିୟମକୁ ଅଧ୍ୟାଦେଶ ଜରିଆରେ ପ୍ରଣୟନ କରାଯିବ