ଧରାପଡିଲା ଭୁବନେଶ୍ୱରରେ ଆତଙ୍କ ଚଳାଇଥିବା ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ । ୯ ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ

511

କନକ ବ୍ୟୁରୋ : ଅପରାଧୀଙ୍କ ଭୋଲା ଭାଲା ନିରିହ ଚେହେରା ଦେଖି ଯେ କେହିବି ଚକମା ଖାଇଯିବ । କିନ୍ତୁ ଏମାନଙ୍କ ଚେହେରା ପଛରେ ଲୁଚିଥିବା ସୈତାନ କାରନାମା ଆପଣଙ୍କ ହୋସ ଉଡାଇ ଦେବ । ବେସ କିଛି ଦିନ ହେବ ହେଡ ଲାଇନରୁ ହଟୁ ନଥିବା ଆପାର୍ଟମେଣ୍ଟ ଲୁଟର ମାଷ୍ଟର ମାଇଣ୍ଡ ହେଉଛନ୍ତି ଏହି ଗ୍ୟାଙ୍ଗ । ଏକୁଟିଆ ଘର ଛାଡି ଯିବା ବେଳେ, ଆପଣଙ୍କ ଘରେ କଳାକନା ବୁଲାଉଥିବା ଲୁଟିଆଙ୍କ ଭିତରୁ ଏମାନେ ଅନ୍ୟତମ । ଏମାନେ ହେଉଛନ୍ତି ସେହି ଝରକା ତଡା ଗ୍ୟାଙ୍ଗ । ଯିଏ ଘର ଭିତରୁ ଟଙ୍କା, ସୁନା ଗହଣା ଭଳି ଦାମୀ ଜିନିଷ ଆଖି ପିଛୁଳାକେ ଗାଏବ କରି ଦିଅନ୍ତି । କେବଳ ଭୁବନେଶ୍ୱର ନୁହେଁ, ଗଞ୍ଜାମ ଠାରୁ ଆରମ୍ଭ କରି ଭାଇଯାଗ ପୁଲିସଙ୍କୁ ନାକରେ କନ୍ଦାଇଛନ୍ତି ଏହି ଗ୍ୟାଙ୍ଗ । କମିଶନରେଟ ପୁଲିସ ହାତରେ ଧରା ପଡିବା ପରେ, ଅଭିଯୁକ୍ତଙ୍କର କ୍ରାଇମସିନ ରି କ୍ରିଏସନ କରାଯାଉଛି । କେଉଁ ଆପାର୍ଟମେଣ୍ଟରେ ପଶି କେମିତି ଲୁଟ କରୁଥିଲେ ତାର ଗୋଟି ଗୋଟି କରି ପୁଲିସ ଆଗରେ ବଖାଣୁଛନ୍ତି ଏହି ଲୁଟେରା ।

ଅନ୍ୟପଟେ ଏହି ଅପରାଧୀଙ୍କ ଅପରାଧର ତାଲିକା ବେଶ ଲମ୍ବା । ଏହି ଗ୍ୟାଙ୍ଗରେ ଥିବା ୯ ଅଭିଯୁକ୍ତଙ୍କ ମଧ୍ୟରୁ ୮ ଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ସମସ୍ତଙ୍କ ନାଁରେ ମାଳମାଳ ଅଭିଯୋଗ ରହିଥିବା ବେଳେ, ଗଞ୍ଜାମର ମୃତ୍ୟୁଞ୍ଜୟ ସାହୁ ନାଁରେ ତିନୋଟି ହତ୍ୟା ମାମଲା ରହିଛି । ସେହିପରି ଖୋର୍ଦ୍ଧାର ମୋଷ୍ଟ ୱାଣ୍ଟେଡ୍ ଦାଦାକୁ ବି ହାତ କଡି ପିନ୍ଧାଇଛି ପୁଲିସ । ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବେ ବୋଲି ପୁଲିସ କମିଶନର କହିଛନ୍ତି ।