କନକ ବ୍ୟୁରୋ: ଉତ୍ତରାଖଣ୍ଡର କେବଳ ଯୋଶୀମଠ ନୁହେଁ ବରଂ ଏକାଧିକ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି । ଗଢୱାଲ ସହ ୫ଟି ଜିଲ୍ଲାରେ ଜମି ଧସିବା ପରେ ଏହି ଇଲାକା ଗୁଡିକ ମାଟିରେ ମିଶିଯିବାର ଡର ଏବେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି ।

Advertisment

 ଏଠିକାର ଟିହରୀ ଜିଲ୍ଲା ନରେନ୍ଦ୍ରନଗର ଅଟାଲି ଗାଁଓରେ ଋଷିକେଶ, କର୍ଣ୍ଣପ୍ରୟାଗ ରେଲୱେ ଷ୍ଟେସନ୍ ନିର୍ମାଣ ଯୋଗୁଁ ସେଠିକାର ଏକାଧିକ ଜିଲ୍ଲାରେ ରାସ୍ତାଘାଟ , ଘରଦ୍ୱାରରେ ଫାଟ ସୃଷ୍ଟି ହୋଇଛି । ଫଳରେ ରେଲୱେ ବିଭାଗ ଉପରେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ପୀଡିତ ପରିବାର ଲୋକଙ୍କ କହିବା  ଅନୁସାରେ, ସେମାନେ ରେଲୱେ ନିର୍ମାଣ କାର୍ଯ୍ୟକୁ ବିରୋଧ କରିନଥିଲେ । ହେଲେ ଏବେ ତା’ର ପରିଣାମ ଭୋଗିବାକୁ ପଡୁଛି । ଘରଦ୍ୱାରରେ ଫାଟ ସୃଷ୍ଟି ହେବାରୁ ସେମାନଙ୍କୁ ବାସହରା ହେବାକୁ ପଡିଛି । ଏବେ ନିଜ ଜୀବନ ଜୀବିକା ହରାଇବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି ।

ଏପରି ସ୍ଥଳେ ସରକାରୀ ଅଧିକାରୀଙ୍କ ସହ ନେତା ମନ୍ତ୍ରୀ  ସ୍ଥିତି ଦେଖିବାକୁ ତ ଆସୁଛନ୍ତି ହେଲେ କେବଳ ଆଶ୍ୱାସନା ଦେଇ ପଳାଉଛନ୍ତି । ନିଜ ଭିଟାମାଟି ଛାଡି ସେମାନେ କୁଆଡେ ଯିବେ?ତେଣୁ ସରକାର ସେମାନଙ୍କୁ କ୍ଷତିପୂରଣ ଦେବା ସହ ସେମାନଙ୍କୁ ଉଚିତ ସ୍ଥାନରେ ଥଇଥାନ୍ କରିବା ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।