ସମାଜାବାଦୀ ପାର୍ଟିକୁ ଲାଗିପାରେ ଆଉ ଏକ ଝଟକା, ଅପର୍ଣ୍ଣାଙ୍କ ପରେ ବିଜେପିରେ ଯୋଗ ଦେବେ କି ଶିବପାଲ

Advertisment
ସମାଜାବାଦୀ ପାର୍ଟିକୁ ଲାଗିପାରେ ଆଉ ଏକ ଝଟକା, ଅପର୍ଣ୍ଣାଙ୍କ ପରେ ବିଜେପିରେ ଯୋଗ ଦେବେ କି ଶିବପାଲ

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ପରେ ଉତ୍ତର ପ୍ରଦେଶରେ ନେତାଙ୍କ ଦଳ ବଦଳ ଏବେ ରାଜନୈତିକ ବିଶ୍ଳେସକଙ୍କୁ ଅଡୁଆରେ ପକାଇଛି । ଆଶା କରାଯାଉ ନଥିବା ନେତାମାନେ ଦଳ ବଦଳ କରିବାରେ ଲାଗିଥିବାରୁ କାହାକୁ ବହୁମତ ମିଳିବ ସେ ନେଇ ଆକଳନ କରିବା କଷ୍ଟକର ହୋଇପଡିଛି । ଏହି କ୍ରମରେ ଆଜି ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବଙ୍କ ଭାଇବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେବା ପରେ ଅଖିଳେଶଙ୍କ କକା କୁହାଯାଉଥିବା ଶିବପାଲ ଯାଦବ ଖୁବଶୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବୋଲି ବିଜେପି ନେତାଙ୍କ ତରଫରୁ ଇସାରା ମିଳିଛ ିା ୟୁପି ବିଜେପି ସଂଯୁକ୍ତ କମିଟିର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ବାଜପେୟୀ କହିଛନ୍ତି କି ଶିବପାଲ ଯାଦବ ଜଣେ ବୁଝିବା ଶୁଝିବା ନେତା, ତେଣୁ ସେ ଉଚିତ୍ ନିଷ୍ପତ୍ତି ନେବେ ।

ଆଜି ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ୟୁପି ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ରଦେବ ସିଂଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ଏହି କ୍ରମରେ ବିଜେପି ନେତା ଲକ୍ଷ୍ମୀକାନ୍ତ ବାଜପେୟୀ କହିଛନ୍ତି କି ମୁଲାୟମଙ୍କ ପରିବାରରୁ ଆଉଜଣେ ସଦସ୍ୟ ଖୁବଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଏନେଇ ଲକ୍ଷ୍ମୀକାନ୍ତ କହିଥିଲେ କି ନିଜ ପରିବାରକୁ ଯିଏ ସମ୍ଭାଳି ପାରୁନି ସେ କେମିତି ରାଜ୍ୟକୁ ସମ୍ଭାଳିବେ ।

କହିରଖୁ ଗତ ବିଧାନସଭା ନିର୍ବାଚନ ପୂର୍ବରୁ ଶିବପାଲ ଓ ଅଖିଳେଶଙ୍କ ମଧ୍ୟରେ କନ୍ଦଳ ଦେଖିବାକୁ ମିଳିଥିଲା । ଏହାପରେ ଅଖିଳେଶଙ୍କ ଠାରୁ ଅଲଗା ହୋଇଯାଇଥିଲେ କକା ଶିବପାଲ । କିନ୍ତୁ ୨୦୨୨ ନିର୍ବାଚନ ପୂର୍ବରୁ ଉଭୟ ଶିବପାଲ ଓ ଅଖିଳେଶଙ୍କ ମଧ୍ୟରେ ବୁଝାମଣା ହୋଇସାରିଥିଲା । କିନ୍ତୁ ଆଜି ବିଜେପି ନେତାଙ୍କ ଇସାରାକୁ ନଜର କଲେ ସମାଜବାଦୀ ପାର୍ଟି ପାଇଁ ଶିବପାଲ କଣ୍ଟା ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe