କନକ ବ୍ୟୁରୋ : ବିଜେପି ପାଇଁ ଅଡୁଆ ବଢାଇଲେ କି ଅପରାଜିତା? ମହିଳା ପୋଲିସକୁ ମୁଥ ମାରିବା ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦଙ୍କ ବୟାନ ଏବେ ବିଜେପିର ଟେନସନ ବଢାଇପାରେ । ଆଜି ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ଆନ୍ଦୋଳନ କରୁଥିବା ବେଳେ ଅପରାଜିତା କହିଛନ୍ତି, ଜୟନାରାୟଣଙ୍କର ଏମିତି କରିବାର ନଥିଲା । ମହିଳା ପୋଲିସ ହୁଅନ୍ତୁ ବା ପୁରୁଷ ପୋଲିସ ହୁଅନ୍ତୁ ତାଙ୍କ ସହ ଏମିତି କରିବାର ନଥିଲା । ଆଇନ ତା ବାଟରେ ଯିବ । ରାଜ୍ୟ ସରକାର ଏହାକୁ ଦେଖନ୍ତୁ ବୋଲି କହି ନିଜ ଦଳର ନେତାଙ୍କୁ ଅଡୁଆରେ ପକାଇଛନ୍ତି ଅପରାଜିତା ।

Advertisment

ତେବେ ବିରୋଧୀ ଦଳ ନେତା ଭାବେ ଜିଲ୍ଲାପାଳ ଅଫିସକୁ ଜୟନାରାୟଣ ଯିବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ ସେଠାରେ ଅଟକାଯିବାରୁ ଭାବାବେଗରେ ଆସି ଜୟନାରାୟଣ ଏମିତି କରିଛନ୍ତି । କିନ୍ତୁ ଏମିତି କରିବାର ନଥିଲା । ଆଇନ ଶୃ୍ଙ୍ଖଳା ପରିସ୍ଥିତି ପାଇଁ ଆମେ ମର୍ମାହତ, ଏମିତିକି ଜୟନାରାୟଣ ମିଶ୍ର ମଧ୍ୟ ମର୍ମାହତ ବୋଲି କହିଛନ୍ତି ଅପରାଜିତା । ଗତକାଲି ଆନ୍ଦୋଳନ ବେଳେ ଧନୁପାଲ୍ଲୀ ଆଇଆଇସିଙ୍କୁ ଧକ୍କା ମାରିଥିଲେ ଜୟନାରାୟଣ । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ଅନ୍ୟପଟେ ଜୟନାରାୟଣ କହିଥିଲେ ଆଇଆଇସି ତାଙ୍କୁ ପ୍ରଥମେ ଧକ୍କା ମାରିଥିଲେ । ଏହି ପ୍ରସଙ୍ଗରେ ଆଜି ଲୋୟର ପିଏମଜିରେ ଧାରଣା ଦେଇଛି ବିଜେଡି ମହିଳା ମୋର୍ଚ୍ଚା । ଜୟନାରାୟଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଦଳ ।