କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱର ୪୩ ନମ୍ବର ୱାର୍ଡରେ ତାଙ୍କୁ ବିରୋଧ ଘଟଣାରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚିଠିରେ ସେ ଲେଖିଛନ୍ତି, ଲକ୍ଷ୍ମୀସାଗର ୪୩ ନମ୍ବର ୱାର୍ଡରେ ତାଙ୍କୁ କିଛି ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ୨ ଘଣ୍ଟା ଅଟକ ରଖାଯାଇଥିଲା । ଏକ ସଭାକୁ ଯାଉଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ତାଙ୍କ କାରକୁ ଅଟକାଇଥିଲେ । ସେ ପୋଲିସକୁ ଅପେକ୍ଷା କରି କାରରେ ୨ ଘଣ୍ଟା ବସି ରହିଥିଲେ । ତାଙ୍କର ଯେଉଁ ୨ ଘଣ୍ଟା ସମୟ ନଷ୍ଟ ହେଲା ସେଥିପାଇଁ ଦାୟୀ କିଏ? ନଷ୍ଟ ହୋଇଥିବା ସମୟ କିପରି ଭରଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏହାସହ ଅପରାଜିତା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ୫ ମିନିଟ୍ ପାଇଁ ଅଟକାଇ ହେବ କି? ସୁରକ୍ଷା ପାଇଁ ସରକାରଙ୍କ ଏପରି ପାତରଅନ୍ତର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡଙ୍ଗୀ । ଗତକାଲି ରାତିରେ ଅପରାଜିତା ଜନସମ୍ପର୍କ ସଭାକୁ ଆସୁଥିବାବେଳେ ଏକ ଗୋଷ୍ଠୀ ତାଙ୍କୁ ବିରୋଧ କରିଥିଲେ । ଏହାକୁ ନେଇ ଅପରାଜିତାଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ବିକ୍ଷୋଭକାରୀଙ୍କ ଅଭିଯୋଗ ସାଂସଦଙ୍କ ଗତ ୪ ବର୍ଷ ହେଲା ଦେଖା ମିଳୁନଥିଲା । ଦିନେ ମଧ୍ୟ ସାଂସଦଙ୍କ ପାଦ ୪୩ ନମ୍ବର ୱାର୍ଡରେ ପଡିନାହିଁ । ଏବେ ନିର୍ବାଚନ ପାଖେଇ ଆସିବାରୁ ସାଂସଦ ପୁଣି ଆସୁଥିବାରୁ ତାଙ୍କୁ ବିରୋଧ କରାଯାଉଥିବା ବିକ୍ଷୋଭକାରୀ କହିଥିଲେ । । ବିରୋଧ ପରେ ଜନସମ୍ପର୍କ ସମାବେଶର ଯୋଗଦେଇଥିଲେ ଅପରାଜିତା ଷଡଙ୍ଗୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/18-31.jpg)