କନକ ବ୍ୟୁରୋ : ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ସଂସଦ ଭବନ ସେଣ୍ଟ୍ରାଲ ହଲରେ ନବୀନ ପହଂଚିଥିବାବେଳେ ତାଙ୍କୁ ଭେଟିଥିଲେ ବିଜେଡି ସାଂସଦଙ୍କ ସହ ଅନ୍ୟାନ୍ୟ ଦଳର ନେତା ଓ ମନ୍ତ୍ରୀ । ଏତିକିବେଳେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ପାର୍ଲାମେଣ୍ଟ ସେଂଟ୍ରାଲ ହଲରେ ନବୀନଙ୍କୁ ସାକ୍ଷାତ କରି ନମସ୍କାର ଜଣାଇଥିଲେ । ଏହି ଫୋଟୋକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ସାଂସଦ ଭାବେ ନିର୍ବାଚିତ ହେବା ପରେ ଲଗାତାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଆସୁଥିବା ଅପରାଜିତା ଯେତେବେଳେ ନବୀନଙ୍କୁ ଦିଲ୍ଲୀରେ ଭେଟିଛନ୍ତି ସେତେବେଳେ ରାଜନୈତିକ କରିଡରରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ଅପରାଜିତାଙ୍କୁ ନେଇ ଭିନ୍ନ ରାଜନୈତିକ ଆକଳନ ହେଉଥିବା ଚର୍ଚ୍ଚା ପରେ ଟ୍ୱିଟ କରି ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି ଅପରାଜିତା ।
This is what our SANSKAR is all about.
There may be differences in our political ideologies,but we must not forget to extend basic courtesies to one & all. Saw Hon'ble CM,Odisha, sitting in the Central Hall of Parliament yesterday.Paid respects to him in line with our tradition. pic.twitter.com/qYeJPQgZb5— Aparajita Sarangi, Member of Parliament (@AprajitaSarangi) March 30, 2022
ଅପରାଜିତା ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମଧ୍ୟରେ ରାଜନୈତିକ ଆଦର୍ଶ ଓ ବିଚାରଧାରାରେ ଭିନ୍ନତା ଥାଇପାରେ । କିନ୍ତୁ ସୌଜନ୍ୟ ଦୃଷ୍ଟିରୁ ତାଙ୍କୁ ଭେଟି ନମସ୍କାର ଜଣାଇବା ତାଙ୍କ ସଂସ୍କାର ବୋଲି ସ୍ପଷ୍ଟ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।