ଖୋର୍ଦ୍ଧାରେ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଟାର୍ଗେଟ୍। କହିଲେ, ଗୃହବନ୍ଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ

189

କନକ ବ୍ୟୁରୋ: ଖୋର୍ଦ୍ଧାରେ ବୁଥସ୍ତରୀୟ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । କହିଲେ ଜନତା ଯାହାଙ୍କୁ ବାଛିଛନ୍ତି ତାଙ୍କର କୌଣସି ଦେଖା ନାହିଁ ସବୁସ୍ଥାନକୁ ସଚିବ ଯାଉଛନ୍ତି । କୁଆଡେ ଗଲେ ମୁଖ୍ୟ ଶାସନ ସଚିବ, କେଉଁଠି ଅଛନ୍ତି ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟମନ୍ତ୍ରୀ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।
ମୁଖ୍ୟମନ୍ତ୍ରୀ ସବୁ ସ୍ଥାନକୁ କାହିଁକି ଯାଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ । ମୁଖ୍ୟମନ୍ତ୍ରୀ ସବୁ ସ୍ଥାନକୁ ନିଜେ ନଯାଇ ଫାଇଭ-ଟି ସଚିବଙ୍କୁ ପଠାଇବା ଦୁର୍ଭାଗ୍ୟଜନକ ବୋଲି ଅପରାଜିତା କହିଛନ୍ତି । ଏହାର ଜବାବ ରଖିଛି ବିଜେଡ଼ି । ମୁଖ୍ୟମନ୍ତ୍ରୀ ସବୁ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି ବୋଲି ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ କହିଛନ୍ତି ।