ଆର୍ଥିକ ସ୍ଥିତି ଓ ମହିଳାଙ୍କ ପ୍ରତି ନିର୍ଯାତନା ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କଲେ ଅପରାଜିତା । ପଢନ୍ତୁ, କଣ ଜବାବ ରଖିଲା ବିଜେଡି…

151

କନକ ବ୍ୟୁରୋ: ରାଜ୍ୟରେ ଆର୍ଥିକ ସ୍ଥିତି ଏବଂ ମହିଳାଙ୍କ ପ୍ରତି ନିର୍ଯାତନା ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେଡ଼ି ଓ ବିଜେପି । ଆଜି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ଦାରିଦ୍ୟତା ଏବଂ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ ଟିପ୍ପଣୀ ଦେବା ପରେ ଏହାର ଜବାବ ରଖିଛନ୍ତିି ବିଜେଡି ବିଧାୟକ ପ୍ରତାପ ଦେବ ।
ଅପରାଜିତା କହିଛନ୍ତି, ଦାରିଦ୍ର ସୀମା ରେଖାରେ ଓଡ଼ିଶା ତଳ ଆଡୁ ନମ୍ବର ୱାନ ଅଛି । ନୀତି ଆୟୋଗ ରିପୋର୍ଟ ଅନୁସାରେ ଜାତୀୟ ସ୍ତରରେ ଦାରିଦ୍ୟ ସୀମା ରେଖା ତଳେ ୨୨ ପ୍ରତିଶତ ଲୋକ ରହିଥିବା ବେଳେ ଓଡ଼ିଶାରେ ୩୩.୫୯ ପ୍ରତିଶତ ରହିଛି । କେବଳ ହକି ବିଶ୍ୱକପ କରିଦେଲେ ହେବନି ସବୁ ଜିଲ୍ଲାର ସ୍ଥିତି ଦେଖିବାକୁ ପଡିବ ବୋଲି ସାଂସଦ କହିଛନ୍ତି । ଅନ୍ୟପଟେ ଅପରାଜିତାଙ୍କ ଏଭଳି ବୟାନ ପରେ ଜବାବ ରଖି ପ୍ରତାପ ଦେବ କହିଛନ୍ତି ଓଡ଼ିଶା ସରକାର ଯେତିକି ପଦକ୍ଷେପ ନେଉଛନ୍ତି ବୋଧେ ଅନ୍ୟ କୌଣସି ରାଜ୍ୟ ନେଉନାହାନ୍ତି । ଏଭଳି ମନ୍ତବ୍ୟ ଦେବା ପୂର୍ବରୁ ବିଜେପି ଶାସିତ ରାଜ୍ୟ ଗୁଡିକୁ ଦେଖନ୍ତୁ । କିଏ ସତ କହୁଛ କିଏ ମିଛ ତାହା ସ୍ପଷ୍ଟ ଭାବେ ଲୋକଙ୍କ ସାମ୍ନାରେ ଅଛି ବୋଲି ପ୍ରତାପ ଦେବ କହିଛନ୍ତିି ।