କନକ ବ୍ୟୁରୋ: ଅଟକୁ ନାହାନ୍ତି ବିଜେପି ସାଂସଦ ଅପରାଜିତା । ଜାରି ରଖିଛନ୍ତି ରାଜ୍ୟ ଶାସନ ଓ ପ୍ରଶାସନ ମୁଖ୍ୟଙ୍କ ଘେରାବନ୍ଦୀ । ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ । ଅନ୍ୟପକ୍ଷରେ ଫାଇଭ-ଟି ସଚିବଙ୍କ ନାଁ ନନେଇ ପୁଣି ଥରେ ଟାର୍ଗେଟ କରିଛନ୍ତି । ସଚିବ, ଜିନ୍ଦାବାଦ ଚାହୁଁଥିଲେ ଚାକିରି ଛାଡି ରାଜନୀତିର ମଇଦାନକୁ ଓହ୍ଳାନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ଜବାବରେ ବିଜେଡି, ମ୍ୟାଡମ ଆଖିରେ କଳାପାଟି ବାନ୍ଧିଥିବା କଟାକ୍ଷ କରିଛି ।

Advertisment
  • ଅପରାଜିତାଙ୍କ ସାଂଘାତିକ ଅଭିଯୋଗ
  • ୫ଟି ସଚିବଙ୍କୁ କଲେ ଟାର୍ଗେଟ!

ଖୋର୍ଦ୍ଧା ମଳିପଡାରେ ଜୋନସ୍ତରୀୟ ମିଟିଂରେ ସାମିଲ ହୋଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ଥିବା ଅପରାଜିତାଙ୍କ ଅଭିଯୋଗ ରାଜ୍ୟ ରାଜନୀତିରେ ପୁଣି ଥରେ ହଟଚମଟ ସୃଷ୍ଟି କରିଛି । ଏଥିସହ ସଚିବଙ୍କ ନାଁ ନନେଇ ଟାର୍ଗେଟ କରିଛନ୍ତି । କହିଛନ୍ତି, ବିଜେଡି କାର୍ଯ୍ୟକାରିଣୀ ବୈଠକରେ ବିଜେଡିର ସଦସ୍ୟମାନଙ୍କୁ ମାର୍ଗଦର୍ଶନ ଦେଉଛନ୍ତି । ଯଦି ସଚିବ ଜିନ୍ଦାବାଦ ଚାହୁଁଛନ୍ତି, ତେବେ ଚାକିରି ଛାଡି ରାଜନୀତି ମଇଦାନକୁ ଓହ୍ଲାନ୍ତୁ ।

  • ଅପରାଜିତାଙ୍କୁ ବିଜେଡିର କଟାକ୍ଷ
  • ଅଭିଯୋଗକୁ ଖଣ୍ଡନ କଲା ଶାସକ ଦଳ

ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ଥିବା ଅପରାଜିତା ଅଭିଯୋଗ ଆଣିବା ପରେ କଟାକ୍ଷ କରିଛନ୍ତି ବିଜେଡି ନେତା । ସାମ୍ବାଦିକ ସମ୍ମଳନୀରେ ବିଜେଡି ପକ୍ଷରୁ କୁହାଯାଇଛି, ମାଡାମ ଆଖିରେ କଳାପଟି ବାନ୍ଧିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଗୃହବନ୍ଦୀ ହେଲେ କେମିତି?

ପୂର୍ବରୁ ଅପରାଜିତା ୫ଟି ସଚିବଙ୍କ ନାଁ ନନେଇ ଜୋରଦାର ଆକ୍ରମଣ କରିଥିଲେ । ସଚିବଙ୍କ ବିରୋଧରେ କେନ୍ଦ୍ର ନିକଟରେ ଫେରାଦ ହୋଇଥିଲେ । ତାଙ୍କ ଅଭିଯୋଗ ଆଧାରରେ କେନ୍ଦ୍ର ସରକାର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଧିଷ୍ଟ ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଲେଖିଥିଲେ ।