କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ପରିକ୍ରମା ପ୍ରକଳ୍ପ ନିର୍ମାଣ କରୁଥିବା ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ୍ କମ୍ପାନୀ ‘ଓବିସିସି’କୁ ଏଏସଆଇ ଲେଖିଥିବା ଏକ ଚିଠିକୁ ଟ୍ୱିଟ୍ କରି ମନ୍ଦିରର ସୁରକ୍ଷା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ଶ୍ରୀ ଜଗନ୍ନାଥ ମନ୍ଦିରର ୧୦୦ ମିଟର୍ ଭିତରେ କାର୍ଯ୍ୟ ବନ୍ଦ କରିବା ପାଇଁ ଏଏସଆଇ ଫେବୃଆରୀ ମାସରେ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ କାମ ବନ୍ଦ କରିନାହାନ୍ତି । ଏହା ବେଆଇନ୍ ବୋଲି କହିଛନ୍ତି ଅପରାଜିତା ।
ଏହାପୂର୍ବରୁ ଆଜି ବରିଷ୍ଠ ନେତା ବିଜୟ ମହାପାତ୍ର କହିଥିଲେ, , ରାଜ୍ୟ ସରକାର ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଅବମାନନା କରିଛନ୍ତି । କେବଳ ଆର୍ଥିକ ସ୍ୱାର୍ଥ ପାଇଁ ବେଆଇନ କାମ ହେଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମଧ୍ୟ ରାଜ୍ୟ ସରକାର, ଏଏସଆଇ ଓ ଏନଏମଏକୁ କାଠ ଗଡାକୁ ଟାଣିଛନ୍ତି ବିଜୟ ମହାପାତ୍ର ।
Archaeological Survey of India has issued letter to the concerned authorities of Puri for stopping work in the Prohibited area(100 metres)of Jagannath Temple,Puri.But work has not stopped by the State Govt till now.Illegal this is!
Isn't it time for all of us to SAVE OUR TEMPLE? pic.twitter.com/ogRyx28FeD— Aparajita Sarangi, Member of Parliament (@AprajitaSarangi) April 4, 2022
ଅନ୍ୟପଟେ ପୁରୀ ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସମ୍ବିତ ପାତ୍ର ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏ ନେଇ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଯୁଗ ଯୁଗ ଧରି ଚାଲିଆସିଥିବା ପରମ୍ପରା ହଠାତ୍ ବନ୍ଦ ହେବା ଏବଂ ୪୦ରୁ ଅଧିକ ଚୁଲି ଭାଙ୍ଗିବା ନିଶ୍ଚିତ ଭାବେ ଚିନ୍ତାଜନକ । ଏହା କେବଳ ଓଡ଼ିଆ ନୁହେଁ ସମଗ୍ର ହିନ୍ଦୁଙ୍କୁ ଏହା ଆଘାତ ଦେଇଛି ବୋଲି କହିଛନ୍ତି ସମ୍ବିତ୍ । ଏହି ଘଟଣାକୁ ନେଇ ସମ୍ବିତ ରାଜ୍ୟ ସରକାରଙ୍କୁ ମଧ୍ୟ ଘେରିଛନ୍ତି । ଶ୍ରୀମନ୍ଦିରର ଏହି ପରମ୍ପରା ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଚିନ୍ତାଜନକ । ଏହାର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି ସମ୍ବିତ ପାତ୍ର । ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନ ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅନୁରୋଧ କରିଛନ୍ତି ।