କନକ ବ୍ୟୁରୋ : ଖଣି ନିଲାମୀ ଓ ଖଣିଜ ପଦାର୍ଥ ମାନକୁ ନେଇ ଭୁବନେଶ୍ୱର ସାଂସଦ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଯାହାକୁ ଗଣମାଧ୍ୟମ ସାମ୍ନାକୁ ଆଣିଛନ୍ତି ଅପରାଜିତା ଏବଂ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଅପରାଜିତା କହିଛନ୍ତି, ଖଣି ନିଲାମରେ ଉଚ୍ଚମାନର ଆଇରନ ଓରକୁ ନିମ୍ନ ମାନର କହିଲେ, ଯାହା ଦ୍ୱାରା ରାଜ୍ୟ ରାଜକୋଷକୁ ହଜାର ହଜାର କୋଟିର କ୍ଷତି ହେଲା, ଡ଼ିଏମଏଫକୁ ଯେଉଁ ଟଙ୍କା ଯିବାର ଥିଲା ତାହା ଯାଇ ପାରିଲା ନାହିଁ । ନ୍ୟାସନାଲ ମିନେରାଲ ଏକ୍ସପ୍ଲୋରେସନକୁ ଯିବାକୁ ଥିବା ଟଙ୍କା କମ ହୋଇଗଲା । ଆଇବିଏମ ଚିଠିରେ ବାହାରିଥିବା କଥା ସତ ବୋଲି କହିଛନ୍ତି କେନ୍ଦ୍ର ଖଣି ମନ୍ତ୍ରୀ । ଏସବୁ ସତ କି ନାହିଁ ସେ ତାହା ରାଜ୍ୟ ସରକାରକୁ ପଚାରିଥିଲେ କେନ୍ଦ୍ର । ଯାହାକୁ ରାଜ୍ୟ ସରକାର ମାନି ନେଇଛନ୍ତି । ଯାହା ଦର୍ଶାଉଛି, ବେସରକାରୀ ଖଣିରେ ବ୍ୟାପକ ଭ୍ରଷ୍ଟାଚାର ହୋଇଛି, ଅନିୟମିତତା ହୋଇଛି । ଯେଉଁ ବାବଦରେ ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ସରକାର ।
ଏହାବାଦ୍ ରାଜ୍ୟ ସରକାରଙ୍କୁ ଅପରାଜିତା ୪ଟି ପ୍ରଶ୍ନ କରିଛନ୍ତି ।
• ରାଜ୍ୟ ସରକାରଙ୍କ ଦ୍ୱାରା କମିଟି, ଯେଉଁଥିରେ ଆଇବିଏମ ମଧ୍ୟ ସଦସ୍ୟ ଅଛି । ସେହି କମିଟି କଣ ସୁପାରିଶ କରିଛି ଏବଂ କଣ ପଦକ୍ଷେପ ନେବାକୁ କହିଛି ତାହାକୁ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର । ଯାହାଦ୍ୱାରା ଓଡ଼ିଶାବାସୀ ସତ କଣ ଜାଣିପାରିବେ ।
• ଆଗକୁ ଦୁର୍ନୀତି, ଭ୍ରଷ୍ଟାଚାର ଯେମିତି ହେବ ନାହିଁ, ସେନେଇ ଗ୍ୟାରେଣ୍ଟି ଦେବେ କି ?
• ହାଇ ଗ୍ରେଡ଼ ଆଇରନକୁ ଲୋଗ୍ରେଡ଼ ଆଇରନ କରିବା ଦ୍ୱାରା, DMF ଫଣ୍ଡରେ କେତେ କମିଲା, ରାଜସ୍ୱ କେତେ କମିଲା ଆଠ ମାସ ଧରି , ତାହା ସାର୍ବଜନୀନ କରନ୍ତୁ ।
• କେଉଁଝର, କୋରାପୁଟ, ରାୟଗଡା, ସୁନ୍ଦରଗଡ଼ ଏବଂ ଯାଜପୁର ଯେଉଁଠି ଅଧିକ ମାତ୍ରାରେ ଖଣି ରହିଛି । ଯଦି ଏଠାରେ ସୁଧାର ନ ଆସେ ଏବଂ ଯଦି ଜନ ଆନ୍ଦୋଳନ ହେବ ରାଜ୍ୟ ସରକାର ଦାୟୀ ରହିବେ ।
Follow Us