ପୁଣି ଏକାମ୍ରକ୍ଷେତ୍ର ବାଇ-ଲକୁ ନେଇ ଅପରାଜିତାଙ୍କ ଟୁଇଟ : କହିଲେ, ଐତିହ୍ୟ କ୍ଷେତ୍ର ପାଇଁ ୧୯୫୮ରୁ ଅଛି ଆମସାର ଆଇନ୍

ବିକାଶ ମୂଳକ କାମ ପାଇଁ ଏନଏମଏ କିମ୍ବା ଏଏସଆଇଙ୍କ ଅନୁମତି ନେବା କଥା ରାଜ୍ୟ ସରକାର

143

କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ମତରେ ଅଟଳ ରହିଛନ୍ତି । ଟ୍ୱିଟକରି ଅପରାଜିତା ଲେଖିଛନ୍ତି, ଏତିହ୍ୟ କ୍ଷେତ୍ରର ବିକାଶ ହେବା ଉଚିତ୍ । କିନ୍ତୁ ବାଇ-ଲକୁ ଏଡାଇ ଏଭଳି ବିକାଶ ହେବା ଉଚିତ ନୁହେଁ । ୧୯୫୮ ଆମସର ଆକ୍ଟ ସବୁ ଆଇନର ଉର୍ଦ୍ଧ୍ବରେ । ତେଣୁ ରାଜ୍ୟ ସରକାର କୌଣସି ବିକାଶମୂଳକ କାମ କରିବା ପର୍ବରୁ ଜାତୀୟ କିର୍ତ୍ତୀରାଜି କର୍ତ୍ତୃପକ୍ଷ କିମ୍ବା ଭାରତୀୟ ପ୍ରତ୍ନତତ୍ୱ ବିଭାଗଠାରୁ ଆବଶ୍ୟକ ଅନୁମତି ନେବାକଥା ବୋଲି ପୁଣି ଥରେ ଦୋହରାଇଛନ୍ତି ଅପରାଜିତା ।

ଏହା ପୂର୍ବରୁ ବିଜେଡି ପକ୍ଷରୁ ଦାବି କରାଯାଇଥିଲା , ଐତିହ୍ୟ ବାଇ-ଲ ଚିଠା ପ୍ରସ୍ତୁତି ପାଇଁ କୋଲକତା ସ୍ଥିତ ଏଏସଆଇ ନିର୍ଦ୍ଦେଶକ ହେଉଛନ୍ତି କ୍ଷମତାପ୍ରାପ୍ତ ଅଧିକାରୀ । ସଂସ୍କୃତି ନିର୍ଦ୍ଦେଶକ ଏହି ଚିଠା ବାଇ-ଲ ପ୍ରସ୍ତୁତ କରିବା ପାଇଁ କ୍ଷମତାପ୍ରାପ୍ତ ଅଧିକାରୀ ନୁହଁନ୍ତି ବୋଲି ସ୍ପଷ୍ଟ କରାଯାଇଥିଳା । ତେଣୁ ଏବେ ସେହି ଆମସାର ଆଇନର ଆଳ ଦେଖାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା ।