କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତାକାଲି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ସମେତ ସମସ୍ତ ବିଧାନସଭା ଆସନ ପାଇଁ ପଡିବ ଭୋଟ । ମତଦାନ ସମୟରେ ବୁଥ ରିଗିଂ ରୋକିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ରିଟର୍ଣ୍ଣି ଅଫିସରଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ।
ଦୁଇଜଣ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ବ୍ୟବହାର କରି ଶାସକ ଦଳ ବୁଥ୍ ରିଗିଂ କରିବାକୁ ଯୋଜନା କରୁଥିବା ସେ ତାଙ୍କ ସୋର୍ସ ଦ୍ୱାରା ଜାଣିବାକୁ ପାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ଦୁଇ ଜଣ ଅବସରପ୍ରାପ୍ତ ପୋଲିସ ଅଧିକାରୀ ନଗେନ୍ଦ୍ର ମୁଣ୍ଡ୍ ଓ ଶାନ୍ତନୁ ଦାସ । ମଧ୍ୟ ଭୁବନେଶ୍ୱରର ୱାର୍ଡ ନଂ ୪୬, ବାୟାବାବା ମଠ ଅଂଚଳ, ସହିଦନଗର, ୟୁନିଟ୍-୮, ମାଳିସାହି ଏବଂ ଖୋର୍ଦ୍ଧା ମୁନିସିପାଲିଟି ଅଂଚଳରେ ବୁଥ୍ ରିଗିଂ ସମ୍ଭାବନା ରହିଥିବା ବେଳେ ଏସବୁ ଅଞ୍ଚଳରେ ସେଣ୍ଟ୍ରାଲ ପାର୍ଲାମେଣ୍ଟାରୀ ଫୋର୍ସ ନିୟୋଜିତ କରିବାକୁ ସେ ଜିଲ୍ଲାପାଳଙ୍କ ନିକଟରେ ଚିଠି ମାଧ୍ୟମରେ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/29-20.jpg)