କନକ ବ୍ୟୁରୋ: ପୁଣି ଭୁବନେଶ୍ୱର ଲୋକସଭା ସିଟ ଜିତିଲେ ଅପରାଜିତା ଷଡଙ୍ଗୀ । ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ୩୫ ହଜାର ୧୫୨ ଖଣ୍ଡ ଭୋଟରେ ପରାଜିତ କଲେ ଅପରାଜିତା । ମନ୍ମଥ ୪ ଲକ୍ଷ ୭୭ ହଜାର ୩୬୭ ଭୋଟ ପାଇଥିବା ବେଳେ ଅପରାଜିତା ୫ ଲକ୍ଷ ୧୨ ହଜାର ୫୧୯ ଖଣ୍ଡ ଭୋଟ ପାଇଛନ୍ତି । ଏହି ଲୋକସଭା ଆସନରୁ ୨୦୧୯ରୁ ଅପରାଜିତା ପ୍ରଥମଥର ଜିତିଥିଲେ । ଏବେ ପୁଣି ଲଗାତାର ଦ୍ୱିତୀୟ ଥର ବିଜୟୀ ହୋଇଛନ୍ତି । ଓଡିଶା ଲୋକସଭାରେ ବିଜେପି ୧୯ ସିଟରେ ଆଗୁଆ ରହିଥିବା ବେଳେ ବିଜେଡି ୧ ଓ କଂଗ୍ରେସ ୧ରେ ଆଗୁଆ ରହିଛନ୍ତି ।
ପୁଣି ଭୁବନେଶ୍ୱର ଲୋକସଭା ସିଟ୍ ଜିତିଲେ ଅପରାଜିତା ଷଡଙ୍ଗୀ: ୩୫ ହଜାର ୧୫୨ ଭୋଟରେ ହାରିଲେ ମନ୍ମଥ ରାଉତରାୟ
/kanak/media/post_attachments/wp-content/uploads/2024/06/50.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)