କନକ ବ୍ୟୁରୋ: ପୁଣି ସରକାରକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଟାର୍ଗେଟ । ଟ୍ୱିଟ କରି ସେ ଏକ ଭିଡିଓ ସହ ବିଜେଡି ସାଂଗଠନିକ ସମ୍ପାଦକଙ୍କ ସହ ଫାଇଭ ଟି ସଚିବଙ୍କ ଫଟୋ ସେୟାର କରିଛନ୍ତି । ଏହାର ଜବାବରେ ଏକଧିକ ଟ୍ୱିଟ କରି ପାଲଟା ପ୍ରଶ୍ନ କରିଛନ୍ତି ବିଜେଡିର ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର । ବିରୋଧୀଙ୍କ ବୟାନବାଜି ଭିତରେ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି ଫାଇଭ-ଟି ସଚିବ । ଅନୁଗୁଳ ଓ ଢେଙ୍କନାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭିକେ ପାଣ୍ଡିଆନ୍ । ପାଲଲହଡାରେ ବିରୋଧରେ ସମ୍ମୁଖୀନ ବି ହୋଇଛନ୍ତି ।

Advertisment

ପୁଣିଥରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଟ୍ୱିଟ କରି ଏକ ଭିଡିଓ ସହ ବିଜେଡି ସାଂଗଠନିକ ସମ୍ପାଦକଙ୍କ ସହ ଫାଇଭ-ଟି ସଚିବଙ୍କ ଫଟୋ ସେୟାର କରିଛନ୍ତି ଅପରାଜିତା । ଭୁବନେଶ୍ୱର ସାଂସଦ କହିଛନ୍ତି ବିଜୁ ଜନତା ଦଳ ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି । ଭିଡିଓରେ ଏସଏଚଜି ମହିଳା ଶପଥ ନେଉଥିବାର ଦେଖିବାକୁ ମିିଳିଛି । ଆଉ ଉପସ୍ଥିତ ଅଛନ୍ତି ବିଜେଡି ବିଧାୟକ । ଅପରାଜିତା ପ୍ରଶ୍ନ କରିଛନ୍ତି, ଏସଏଚଜି ମାଷ୍ଟର ବୁକ କିପର କିଭଳି ବିଜେଡି ବିଧାୟକଙ୍କ ନିର୍ଦ୍ଦେଶ ମାନିବାକୁ ଶପଥ ନେଉଛନ୍ତି ? ଏସଏଚଜି ଗୋଷ୍ଠୀ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି ଏବଂ ସରକାରୀ ଦରମା ନେଉଥିଲା ବେଳେ କିଭଳି ବିଜେଡି ବିଧାୟକଙ୍କ ପାଇଁ ଶପଥ ନେଉଛନ୍ତି? ବୋଲି ଅପରାଜିତା ପଚାରିଛନ୍ତି । ଏହାର ଜବାବରେ ଏକଧିକ ଟ୍ୱିଟ କରି ପାଲଟା ପ୍ରଶ୍ନ କରିଛନ୍ତି ବିଜେଡିର ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର । ବିଜେଡି ପର୍ଯ୍ୟବେକ୍ଷକ କହିଛନ୍ତି ଯେତେବେଳେ ଆପଣଙ୍କ ଦଳର ଉପସଭାପତି ଅନୁସୂଚିତ ଜାତିର ଲୋକଙ୍କ ଜମି ଅଧିଗ୍ରହଣ କଲେ ଆପଣ ସେତେବେଳେ ମୁହଁ ଖୋଲିଲେ ନାହିଁ । ଆପଣଙ୍କ ଦଳର ନେତା ମହିଳାଙ୍କୁ ମାଡ଼ ମାରିବାବେଳେ ଆପଣ ଲଜ୍ଜିତ ଅନୁଭବ କଲେ ନାହିଁ । ଯେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକଙ୍କ ଦୁଆର ମୁହଁରେ ଶାସନକୁ ପହଁଚାଉଛନ୍ତି, ସେତେବେଳେ ଆପଣ ଅସନ୍ତୁଷ୍ଟ ହେଉଛନ୍ତି ।

ବିରୋଧୀଙ୍କ ବୟାନବାଜି ଓ ସମାଲୋଚନା ଭିତରେ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି ଫାଇଭ-ଟି ସଚିବ । ଅନୁଗୁଳ ଓ ଢେଙ୍କନାଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭିକେ ପାଣ୍ଡିଆନ୍ । ଅପରାହ୍ନରେ ଢେଙ୍କାନାଳ ପଲ୍ଲିଶ୍ରୀ ମେଳା ପଡିଆରେ ହେଲିକପ୍ଟରରୁ ଓହ୍ଲାଇବା ପରେ ତାଙ୍କୁ ଏସଏଚଜି ମହିଳା ଓ ପ୍ରଶାସନିକ ଅଧିକାରୀ ସ୍ୱାଗତ କରିଥିଲେ । ଦୁଇ ଦିନିଆ ଜିଲ୍ଲା ଗସ୍ତରେ ବିଭିନ୍ନ ମଠ ମନ୍ଦିରର ଉନ୍ନତି, ଫାଇଭ-ଟି ସ୍କୁଲ ପରିଦର୍ଶନ ସହ ସ୍କୁଲ ଓ କଲେଜ ପିଲାଙ୍କ ସହ ପାଠ୍ୟକ୍ରମକୁ ନେଇ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ସହ ମଧ୍ୟ ଆଲୋଚନା କରିବେ ଫାଇଭ-ଟି ସଚିବ । ସେପଟେ ଅନୁଗୁଳ ପାଳଲହଡାରେ ଫାଇଭ-ଟି ସଚିବଙ୍କ ଗସ୍ତକୁ ବିରୋଧ କରିଛନ୍ତି ବିରୋଧୀ ବିଜେପି ଓ ଯୁବ କଂଗ୍ରେସ ସହ ରେଙ୍ଗାଲି ବିସ୍ଥାପିତ କ୍ଷତିଗ୍ରସ୍ତ ପ୍ରଜାସଂଘ ।