କନକ ବ୍ୟୁରୋ : ଓଡ଼ିଶାର ଶାସନ ପ୍ରଣାଳୀକୁ ନେଇ ପ୍ରଶ୍ନ ଉଠାଇବା ସହ ସୌମ୍ୟଙ୍କ ସମର୍ଥନରେ ବାହାରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତା କହିଛନ୍ତି, ଓଡ଼ିଶାର ଯେଉଁ ଗର୍ଭଣ୍ଣାସ ମଡେଲ ଚାଲିଛି ତାହାକୁ ଦେଖି ଲୋକ ହସୁଛନ୍ତି । ବିଜେଡି ବହୁତ ଶୋଚନୀୟ ଅବସ୍ଥାରେ ଅଛି, ବିଜେଡି ଯଦି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କଥା ଶୁଣିଥାନ୍ତା ଏବଂ ତାଙ୍କ କଥାକୁ ଗୁରୁତର ସହ ଗ୍ରହଣ କରିଥାନ୍ତା ତେବେ ଆଜି ଏପରି ଅବସ୍ଥା ସୃଷ୍ଟି ହୋଇନଥାନ୍ତା ।

Advertisment

ସୌମ୍ୟରଞ୍ଜନ ପଟନାୟକ ଜଣେ ଅଭିଜ୍ଞ ଲୋକ । ତାଙ୍କ ପାଖରେ ବହୁତ ଅନୁଭବ ଓ ଜ୍ଞାନ ରହିଛି । ବିଜେଡି ବିଧାୟକ ମାନଙ୍କ ଭିତରେ ଟଣା ଓଟରା ଚାଲିଛି, ତାହା ତାଙ୍କର ଦଳୀୟ କଥା । କିନ୍ତୁ ଜଣେ ନାଗରିକ ଭାବେ ମୁଁ କହିବାକୁ ଚାହେଁ, ସୌମ୍ୟବାବୁଙ୍କ ଭଳି ଜଣେ ଲୋକ ସାହସ କରି ସତ କଥାକୁ ସାମ୍ନାକୁ ଆଣୁଛନ୍ତି । ଯାହାକୁ ବିଜେଡି ବିଧାୟକ ସକରାତ୍ମକ ଭାବେ ଗ୍ରହଣ କରିବା କଥା । କାରଣ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡି ବିଧାୟକଙ୍କ ପାଇଁ ଏ କଥା କହୁଛନ୍ତି । ଏ କେଉଁ ପ୍ରକାରର ଦଳ ଯେଉଁଠି ଆତ୍ମସମ୍ମାନ ନାହିଁ । ଆତ୍ମସମ୍ମାନ ଏବଂ ନିଜ ମର୍ଯ୍ୟାଦା ଆଖି ଆଗରେ ରଖି କାମ କରିବା କଥା । ସୌମ୍ୟ ବାବୁଙ୍କ ପାଖରେ ସାହସ ଅଛି । ସେ ଠିକ କଥା ସମସ୍ତଙ୍କ ସାମ୍ନାରେ କହୁଛନ୍ତି । ସମ୍ବିଧାନର ବଡ ବଡ ପଦରେ ରହିକି ଯଦି ଆତ୍ମସମ୍ମାନ ରହିବନି ତେବେ ଆଉ କଣ ରହିବ?

ଅପରାଜିତା କହିଛନ୍ତି, ମାନନୀୟ ମୁଖ୍ୟମନ୍ତ୍ରୀ ୨୩ ବର୍ଷ ହେଲା କାହା ଉପରେ ବିଶ୍ୱାସ କରିନାହାନ୍ତି, ଏହା ଆଶ୍ଚର୍ଯ୍ୟର କଥା । କିନ୍ତୁ ଜଣେ ନିମ୍ନ ପଦସ୍ତ ସରକାରୀ କର୍ମଚାରୀ ଉପରେ ବିସ୍ଵାଶ କରିବେ, କାହିଁକି? ସମସ୍ତେ ଅଭିଜ୍ଞ ଅଛନ୍ତି, ସମସ୍ତେ କାମ କରି ଆସିଛନ୍ତି ବିଜୟୀ ହେଉଛନ୍ତି । ସମସ୍ତେ ସମ୍ମାନର ଯୋଗ୍ୟ । ତେଣୁ ବିଜେଡିର ବିଧାୟକ, ସାଂସଦ ଏବଂ ମନ୍ତ୍ରୀଗଣ ଟିକେ ଆତ୍ମ ସମ୍ମାନ ରଖନ୍ତୁ ଏବଂ ଯିଏ ଠିକ କହୁଛି ତା ସହିତ ଠିଆ ହୁଅନ୍ତୁ ।