କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଆକ୍ରମଣର ଜବାବ ରଖିଲେ ବିଜେପିର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଯୋଗ ଆଣି କହିଥିଲେ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କୌଣସି ବଡ କାମ କରିନାହାନ୍ତି । ଲିଙ୍ଗରାଜ ମନ୍ଦିର ଏବଂ ଏକାମ୍ର ପ୍ରକଳ୍ପ କାମକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ।
ଏହାର ଜବାବରେ ଅପରାଜିତା କହିଛନ୍ତି, ଲିଙ୍ଗରାଜ ମନ୍ଦିର ଏବଂ ଏକାମ୍ର ପ୍ରକଳ୍ପ ବନ୍ଦ ନେଇ ସେ କୌଣସି ମତ ମନ୍ତବ୍ୟ ଦେଇ ନାହାନ୍ତି । ମୌଖିକ କି ଲିଖିତ ଭାବରେ କହିଥିବାର କୌଣସି ପ୍ରମାଣ ନାହିଁ । ସେହିପରି ସେ କଣ କାମ କରିଛନ୍ତି କିମ୍ବା କରି ନାହାନ୍ତି ତାଙ୍କର ରିପୋର୍ଟ କାର୍ଡ ଦେଖିବାକୁ ପରାମର୍ଶ ଦେଇଛନ୍ତି । ଆଜି ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଏକ ଭିଡିଓ ଜାରି କରି ଭୋଟ୍ ମାଗିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ଅପରାଜିତାଙ୍କୁ ଟାର୍ଗେଟ କରିଥିଲେ ନବୀନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/30-20.jpg)