ସଂସଦରେ ଦେଖିବାକୁ ମିଳିଲା ରୋଚକ ଚିତ୍ର । ଅପରାଜିତାଙ୍କ ପ୍ରଶ୍ନର ଉତ୍ତର ରଖିଲେ ଧର୍ମେନ୍ଦ୍ର ।

1,246

କନକ ବ୍ୟୁରୋ : ସଂସଦରେ ଦେଖିବାକୁ ମିଳିଛି ରୋଚକ ଚିତ୍ର । ରାଜ୍ୟ ବିଜେପିର ଦୁଇ ପ୍ରମୁଖ ଚେହେରାଙ୍କ ପ୍ରଶ୍ନୋତରକୁ ନେଇ ଚର୍ଚ୍ଚା ବଢିଛି । ଲୋକସଭାରେ ପୂର୍ବତନ ଗଣଶିକ୍ଷା ସଚିବ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଶିକ୍ଷା ବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଆଉ ତାହାର ଉତର ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସଂସଦରେ ଅପରାଜିତା ଷଡଙ୍ଗୀ ସ୍କୁଲରେ ପିଲାଙ୍କ ଶିକ୍ଷା ଓ ଅନଲାଇନ ପାଠ ପଢା ନେଇ ପ୍ରଶ୍ନ କରିଥିଲେ । ଦିବ୍ୟାଙ୍ଗ ପିଲାଙ୍କୁ ଚିହ୍ନଟ କରି ସ୍କୁଲକୁ ଆଣିବା, ଏବଂ ଦିବ୍ୟାଙ୍ଗ ପିଲାଙ୍କୁ ଅନଲାଇନ ପଢାର ଭରଣା ପାଇଁ ଶିକ୍ଷା ମନ୍ତ୍ରାଳୟ କି ପଦକ୍ଷେପ ନେଇଛି, ଆଗକୁ ରୋଡମ୍ୟାପ କଣ ରହିଛି ବୋଲି ପଚାରିଥିଲେ ସାଂସଦ ଅପରାଜିତା । ଏହାର ଉତର ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ନୂଆ ଶିକ୍ଷାନୀତି ଅନୁସାରେ ପଦକ୍ଷେପ ନିଆଯାଉଛି । ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଏକ ବିଶେଷଜ୍ଞ ଦଳ କାମ କରୁଥିବା କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।