କନକ ବ୍ୟୁରୋ : ଏସସିବି ମେଡିକାଲରେ ନବନିର୍ବାଜିତ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏସସିବି ମେଡିକାଲର ନ୍ୟୁ ମେଡସିନ ବିଭାଗରେ ପହଞ୍ଚି ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଅପରାଜିତା । ଡାକ୍ତରଙ୍କ ସହ ଆଲୋଚନା କରିବା ସହ ଅପରାଜିତା କହିଛନ୍ତି, ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି କିଛି ଦିନ ଭିତରେ ସେ ଡିସଚାର୍ଜ ହେବେ । ଇଭିଏମ ଭାଙ୍ଗିବା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ । ପରେ ଜେଲରେ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ଏସସିବି ମେଡିକାଲରେ ପ୍ରଶାନ୍ତ ଜଗଦେବଙ୍କୁ ଭେଟିଲେ ଅପରାଜିତା । ସ୍ୱାସ୍ଥ୍ୟବସ୍ଥା ନେଇ ଡାକ୍ତରଙ୍କ ସହ କଲେ ଆଲୋଚନା
/kanak/media/post_attachments/wp-content/uploads/2024/06/Screen-Shot-2024-06-06-at-8.06.32-AM.png)