ସଟଡାଉନରେ ସାଂସଦଙ୍କ ସଭା । କୋଭିଡ ନିୟମର ହେଲା ଖୋଲାଖୋଲି ଉଲ୍ଲଂଘନ, କେବେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ?

634

କନକ ବ୍ୟୁରୋ : ସଟଡାଉନରେ ସାଂସଦଙ୍କ ସଭା । କରୋନା ସଂକ୍ରମଣକୁ ରୋକିବା ପାଇଁ କାଟାଗୋରୀ ବି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନକୁ ବଳବତର ରଖାଯାଇଛି । ଖୋର୍ଦ୍ଧା ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ୱରରେ ଏହି କଟକଣା ଜାରି ରହିଛି । ହେଲେ ସରକାରଙ୍କ କଟକଣାକୁ ବେଖାତିର କରି ଭୁବନେଶ୍ୱର ସାଂସଦ ଶାସ୍ତ୍ରୀ ନଗର ଅଂଚଳରେ ଏକ ଛୋଟ ସଭାର ଆୟୋଜନ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଶାସ୍ତ୍ରୀ ନଗରରେ ଏକ ଡ୍ରେନ ନିର୍ମାଣ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବାକୁ ଆସିଥିଲେ ସାଂସଦ । ସେପଟେ ଖବର ପାଇ କୋଭିଡ ଦାୟିତ୍ୱରେ ଥିବା ପୋଲିସ ଭ୍ୟାନ ସେଠାରେ ପହଞ୍ଚିଥିଲା । ହେଲେ ନିୟମ ଭାଙ୍ଗି ସଭା କରୁଥିବା ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସାହାସ ଜୁଟାଇ ପାରିନଥିଲା ।