ଏସଡିଜି ରିପୋର୍ଟକୁ ନେଇ ବିଜେପି-ବିଜେଡି କଥା କଟାକଟି ।  ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କଟାକ୍ଷ । ସେପଟେ ନୀତି ଆୟୋଗର ତଥ୍ୟ ଗ୍ରହଣ ପ୍ରକିୟାକୁ ନେଇ ପଶ୍ନ ଉଠାଇଲେ ବିଜେଡି ସାଂସଦ ଅମର ପଟ୍ଟନାୟକ ।

191

କନକ ବ୍ୟୁରୋ: ଏସଡିଜି ରିପୋର୍ଟରେ ଓଡ଼ିଶାର ୧୯ତମ ସ୍ଥାନକୁ ନେଇ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ କଟାକ୍ଷ । ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ୫ଟି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଉ କହିଛନ୍ତି ୨୧ ବର୍ଷ ଶାସନ ପରେ ଓଡ଼ିଶାର ୩୩ ପ୍ରତିଶତ ଲୋକ କାହିଁକି ଅଛନ୍ତି ଦାରିଦ୍ର୍ୟ ସୀମାରେଖା ତଳେ? ୨୮ଟି ରାଜ୍ୟ ତାଲିକାରେ ତଳୁ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ କାହିଁକି ପାଇବ? ସାଢ଼େ ୪କୋଟି ଓଡ଼ିଶାବାସୀଙ୍କ ଉପରେ ଏହା କୁଠାରଘାତ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।

ସେପଟେ ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ପାଲଟା ଜବାବ ଦେଇଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଟାର୍ଗେଟ କରିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ନୀତି ଆୟୋଗ ତଥ୍ୟ ଗ୍ରହଣର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଂସଦ  । ଏସଡିଜି ଏକ ରାଜନୈତିକ ରିପୋର୍ଟ ନୁହେଁ, ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି କହିଛନ୍ତି ଅମର ପଟ୍ଟନାୟକ । ଏସଡିଜି ରିପୋର୍ଟ ଆଧାରରେ ରାଜନୈତିକ ବୟାନ ରଖୁଥିବା ନେତାଙ୍କ ଦୂର ଦୃଷ୍ଟିହୀନତାକୁ ସେ ସମାଲୋଚନା କରିଛନ୍ତି ।