ଏକାମ୍ର କ୍ଷେତ୍ର ବାଇ-ଲ ନିଷ୍ପତ୍ତି ନେଇ ସାଂସଦ ଅପରାଜିତାଙ୍କ ପ୍ରେସମିଟ । ରାଜ୍ୟ ସରକାଙ୍କୁ ପଚାରିଲେ ୫ ପ୍ରଶ୍ନ

123

କନକ ବ୍ୟୁରୋ: ଏକାମ୍ର କ୍ଷେତ୍ର ବାଇ-ଲ ନିଷ୍ପତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କହିଛନ୍ତି କେତେକ ନିର୍ଦ୍ଧିଷ୍ଟ ପ୍ରସଙ୍ଗରେ ଲୋକଙ୍କୁ ଭ୍ରମିତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ବାଇ-ଲକୁ ନେଇ ହେଉଥିବା ଅଭିଯୋଗର ଉତର ରଖିବା ସହ ରାଜ୍ୟ ସରକାର ପାଲଟା ୫ଟି ପ୍ରଶ୍ନ ପଚାରିଛନ୍ତି ଅପରାଜିତା ।

କୀର୍ତିରାଜି ଅଂଚଳରେ ଉଚ୍ଛେଦ ପ୍ରକ୍ରିୟାରେ ଏଏସଆଇକୁ ସାମିଲ କରାଯାଇନାହିଁ । ଏଏସଆଈକୁ ରାଜ୍ୟ ସରକାର ସବିଶେଷ ରିପୋର୍ଟ ଦେଇନାହାନ୍ତି କାହିଁକି । ବାଇ-ଲ ନେଇ ରାଜ୍ୟ ସରକାର ପରାମର୍ଶ ଦେଇନାହାନ୍ତି । ଲିଙ୍ଗରାଜ-ଶ୍ରୀମନ୍ଦିର ବିକାଶ ରୂପରେଖ ପ୍ରସ୍ତୁତି ପାଇଁ କେଉଁ ଆର୍କିଓଲୋଜି ଫାର୍ମକୁ ଦାୟିତ୍ୱ ଦିଆଯାଇଛି । ତା ବାବଦରେ ଜନସାଧାରଣଙ୍କୁ ଅବଗତ କରାଯାଉ । ସେହିଭଳି ପୁରୀର ଏମରଆର ଭାଙ୍ଗିବା ପୂର୍ବରୁ ତାର ଡିଟେଲ୍ ମ୍ୟାପିଂ କରାଯାଇଥିଲା କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।