କନକ ବ୍ୟୁରୋ: ଏକାମ୍ର କ୍ଷେତ୍ର ବାଇ-ଲ ନିଷ୍ପତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କହିଛନ୍ତି କେତେକ ନିର୍ଦ୍ଧିଷ୍ଟ ପ୍ରସଙ୍ଗରେ ଲୋକଙ୍କୁ ଭ୍ରମିତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ବାଇ-ଲକୁ ନେଇ ହେଉଥିବା ଅଭିଯୋଗର ଉତର ରଖିବା ସହ ରାଜ୍ୟ ସରକାର ପାଲଟା ୫ଟି ପ୍ରଶ୍ନ ପଚାରିଛନ୍ତି ଅପରାଜିତା ।
କୀର୍ତିରାଜି ଅଂଚଳରେ ଉଚ୍ଛେଦ ପ୍ରକ୍ରିୟାରେ ଏଏସଆଇକୁ ସାମିଲ କରାଯାଇନାହିଁ । ଏଏସଆଈକୁ ରାଜ୍ୟ ସରକାର ସବିଶେଷ ରିପୋର୍ଟ ଦେଇନାହାନ୍ତି କାହିଁକି । ବାଇ-ଲ ନେଇ ରାଜ୍ୟ ସରକାର ପରାମର୍ଶ ଦେଇନାହାନ୍ତି । ଲିଙ୍ଗରାଜ-ଶ୍ରୀମନ୍ଦିର ବିକାଶ ରୂପରେଖ ପ୍ରସ୍ତୁତି ପାଇଁ କେଉଁ ଆର୍କିଓଲୋଜି ଫାର୍ମକୁ ଦାୟିତ୍ୱ ଦିଆଯାଇଛି । ତା ବାବଦରେ ଜନସାଧାରଣଙ୍କୁ ଅବଗତ କରାଯାଉ । ସେହିଭଳି ପୁରୀର ଏମରଆର ଭାଙ୍ଗିବା ପୂର୍ବରୁ ତାର ଡିଟେଲ୍ ମ୍ୟାପିଂ କରାଯାଇଥିଲା କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/vlcsnap-2021-02-15-17h06m13s150.png)