ଅପରାଜିତାଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପଡିଲା ମହଙ୍ଗା : ଦାୟିତ୍ୱରୁ ହଟିଲେ ରାୟଗଡା ଯୁବ ଓ କୃଷକ ମୋର୍ଚ୍ଚା ସଭାପତି

କହିଲେ, ରାଜ୍ୟନେତୃତ୍ୱଙ୍କ କରିବେ ଦୃଷ୍ଟି ଆକର୍ଷଣ

354

କନକ ବ୍ୟୁରୋ : ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇ ପଦ ହରାଇଲେ ଦୁଇ ବିଜେପି ନେତା । ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ବିଜେପି ରାୟଗଡା ଜିଲ୍ଲା କମିଟିର ଦୁଇ ସଭାପତିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହୋଇଛି । ବିଜେପି କୋର କମିଟିର ନିସ୍ପତି କ୍ରମେ ରାୟଗଡା ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତି ଦେବାଶିଷ ପଣ୍ଡା ଓ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରେମ ପ୍ରସାଦ ପଣ୍ଡାଙ୍କୁ ସଭାପତି ପଦବୀରୁ ହଟାଇ ଦିଆଯାଇଛି ।

ଏନେଇ ଏକ ପ୍ରେସ ବିବ୍ରୁତି ମଧ୍ୟମରେ ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ । ବିଜେପିର ନୀତି ଓ ନିଷ୍ପତ୍ତି ବିରୋଧରେ ଯାଇ ଦୁଇ ସଭାପତି କାର୍ଯ୍ୟ କରୁଥିବାରୁ ଦାୟିତ୍ୱରୁ ହଟାଇ ଯାଇଥିବା ଜଣାପଡିଛି । ତେବେ ଗତ ୪ ଓ ୫ ତାରିଖ ଦୁଇ ଦିନିଆ ରାୟଗଡା ଗ୍ରସ୍ତରେ ଆସିଥିଲେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରାୟଗଡା ଜିଲ୍ଲା ସ୍ୱାଭିମାନ ମଂଚର ଆହ୍ୱାନ କ୍ରମେ ଶ୍ରୀମତୀ ଷଡଙ୍ଗୀ ଗୁଣୁପୁର ଆସି ବୁଦ୍ଧିଜୀବୀ ସମିଳନୀ, ଚାୟ ପେ ଚର୍ଚା, ପଦଯାତ୍ରା ସହ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ଆଉ ସାଂସଦଙ୍କ ଏହି କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚା ସଭାପତି ପ୍ରେମ ପ୍ରସାଦ ପଣ୍ଡା ସମର୍ଥନ ସାମିଲ ହୋଇଥିଲେ ।

ଯାହା ତାଙ୍କୁ ମହଙ୍ଗା ପଡିଛି । ଏଥି ପାଇଁ ତାଙ୍କୁ ଜିଲ୍ଲା କୃଷକ ମୋର୍ଚା ସଭାପତି ପଦବୀରୁ ହଟାଇ ଦିଆଯାଇଥିବା ସେ କହିଛନ୍ତି । ପଦରୁ ହଟାଇ ଦେବା ଘଟଣାକୁ ସେ ନିନ୍ଦା କରିଛନ୍ତି, ଏହା ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି । ଅନ୍ୟସବୁ ନେତାଙ୍କ ଭଳି ଅପରାଜିତା ଷଡଙ୍ଗୀଙ୍କୁ ମଧ୍ୟ ଗୁଣୁପୁରରେ ସ୍ୱାଗତ କରିଥିଲେ । ତେଣୁ ତାଙ୍କ କୃଷକ ମୋର୍ଚା ସଭାପତି ହଟାଇ ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି । ଏନେଇ ସେ ଆଗାମୀ ରାଜ୍ୟ ନେତୃତ୍ୱଙ୍କୁ ଜଣାଇବେ ।