କନକ ବ୍ୟୁରୋ : ରାଜଧାନୀର ବିଭିନ୍ନ ବସ୍ତି, ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳ, ବଜାରରେ ଭୋକିଲା ରହୁଥିବା ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ଜାନୁଆରି ୮ରେ ଏକ ଟ୍ରଷ୍ଟ ଅନ୍ନପୂର୍ଣ୍ଣାକୁ ଲୋକାର୍ପିତ କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ହେଲେ ଏବେ ଅନ୍ନପୂର୍ଣ୍ଣା ଯୋଜନା ଅଧିନରେ ମାଗଣାରେ ନୁହେଁ ବରଂ ଖାଦ୍ୟ ଖାଇବା ପାଇଁ ୧ଟଙ୍କା ଦେବାକୁ ହେବ। ଏ ନେଇ ଆଜି ଘୋଷଣା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଏମସିର ବିଜ୍ଞପ୍ତି ପରେ ଅପରାଜିତା ଷଡଙ୍ଗୀ ଏଭଳି ସୂଚନା ଦେଇଛନ୍ତି।
ଚର୍ଚ୍ଚା ହେଉଛି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅନ୍ନପୂର୍ଣ୍ଣା ଯୋଜନାକୁ କାଉଂଟର କରିବା ପାଇଁ ଏଭଳି କଟକଣା ଜାରି କରିଛି ବିଏମସି । କିଛି ଦିନ ତଳେ ବାସହରା ଓ ରାସ୍ତାକଡ଼ର ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବା ପାଇଁ ଅନ୍ନପୂର୍ଣ୍ଣ ଯୋଜନା ଆରମ୍ଭ କରିଥିଲେ ଅପରାଜତିା । ତେବେ ବିଏମସିର ଏହି ନିର୍ଦ୍ଦେଶଦନାମା ପରେ ଅପରାଜିତାଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅନ୍ନପୂର୍ଣ୍ଣା ଯୋଜନା ସଂପୂର୍ଣ୍ଣ ମାଗଣା ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଅପରାଜିତା । ଅନ୍ନପୂର୍ଣ୍ଣ ଯୋଜନାରେ ଏକ ଟଙ୍କାରେ ଲୋକଙ୍କୁ ଖାଦ୍ୟ ଯୋଗାଇଦିଆଯିବ । ତେଣୁ ବିଏମସିର ନିର୍ଦ୍ଦେଶନାମାକୁ ଏହା ଉଲ୍ଲଂଘନ କରୁନାହିଁ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/21-11.jpg)