କନକ ବ୍ୟୁରୋ : ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ବଡ ବୟାନ ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଦଳ ଏକାକୀ ଲଢିବା ବୟାନ ବିଜେପି କର୍ମକର୍ତ୍ତାଙ୍କ ମନରେ ଖୁସିରେ ଲହରୀ ଖେଳାଇ ଦେଇଥିବା କହିଛନ୍ତି ଅପରାଜିତା । ଏହି ବୟାନ ଆସିବା ପରେ କେବଳ ବିଜେପି କର୍ମୀ ନୁହନ୍ତି ବରଂ ଓଡ଼ିଶାବାସୀ ମଧ୍ୟ ଆନନ୍ଦିତ ଥିବା କହିଛନ୍ତି ଅପରାଜିତା । ବିଜେପି ରାଜ୍ୟରେ ଏକାକୀ ଲଢିବ ଏବଂ କୌଣସି ଦଳ ସହ ମେଣ୍ଟ କରିବନି ବୋଲି ମନମୋହନ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ସେଲିବ୍ରେସନ କରିବା କଥା ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ । ଅପରାଜିତାଙ୍କ ଏହି ବୟାନ ଏବେ ମେଣ୍ଟକୁ ନେଇ ସସପେନ୍ସ ବଢାଇଛି ।

Advertisment

ଏହାପୂର୍ବରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ଓଡିଶାରେ ଏକାକୀ ନିର୍ବାଚନ ଲଢିବ ଓ ସରକାର ଗଢିବ ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ତୃତୀୟ ଥର ପାଇଁ ସରକାର ଗଠନ କରିବ ବିଜେପି । ଓଡିଶାରେ ଲୋକମାନେ ନିର୍ବାଚନ ନିଷ୍ପତି ନେବେ । ଓଡିଆ ଅସ୍ମିତାକୁ ନେଇ ନିର୍ବାଚନ ଜିତି ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିବ ବୋଲି କହିଛନ୍ତି ମନମୋହନ ସାମଲ । ଆସନ୍ତାକାଲି ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟରେ ନିର୍ବାଚନ କମିଟି ବୈଠକ ବସିବ । ସମସ୍ତ ଆସନ ପାଇଁ ଆଲୋଚନା ହେବ । ଦିଲ୍ଲୀରେ ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ହୋଇସାରିଛି । ସବୁ ଆସନ ପାଇଁ ତନ୍ନ ତନ୍ନ କରି ପରୀକ୍ଷା ନିରୀକ୍ଷା କରିବା ପରେ କେନ୍ଦ୍ରୀୟ କମିଟି ସଂସଦୀୟ ବୋର୍ଡକୁ ରିପୋର୍ଟ ଦିଆଯିବ ।