କନକ ବ୍ୟୁରୋ : ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ । ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ଜମି ହଡ଼ପ କରାଯାଉଥିବା ଭଳି ସଂଗୀନ ଅଭିଯୋଗ କରିଛନ୍ତି । ନକ୍ସା ଦେଖାଇ, ଜବରଦଖଲ କରାଯାଇଥିବା ଜମିର ଭିଡିଓ ଦେଖାଇ ବର୍ଷିଛନ୍ତି ଅପରାଜିତା । ସେ କହିଛନ୍ତି, ଲୋକଙ୍କ ଠାରୁ ଅଭିଯୋଗ ପାଇବା ପରେ ସେହି ଅଂଚଳକୁ ଯାଇ ସ୍ଥିତି ଦେଖିଛନ୍ତି । ଗାଁ ଲୋକ ଯେଉଁ ଅଭିଯୋଗ କରିଛନ୍ତି, ତାହା ସିନେମା କାହାଣୀଠାରୁ କମ୍ ନୁହେଁ । ଅର୍ଥବଳ, ବାହୁବଳ, ସରକାରୀ ପ୍ରଭାବରେ ଜମି ଅକ୍ତିଆର କରାଯାଇଥିବା କହିଛନ୍ତି ଭୁବନେଶ୍ୱର ସାଂସଦ । ସେ ଅଭିଯୋଗ କରିଛନ୍ତି,
ଭୁବନେଶ୍ୱରଠାରୁ ମାତ୍ର ୧୫ କିଲୋମିଟର ଦୂର ଚନ୍ଦକା ନିକଟବର୍ତି
ଅପରାଜିତାଙ୍କ ଅଭିଯୋଗ
ଭଗବତୀପୁର, ଗିରିଙ୍ଗାପୁଟ୍ଟ ଗାଁର ୧୫୦ ଏକର ଜମି ଜବଲଦଖଲ ହୋଇଛି
ଅନାବାଦୀ, ଛୋଟ ଜଙ୍ଗଲ ଜମି, ଦେବସ୍ଥଳୀ, ଅସହାୟ ଲୋକଙ୍କ ଜମି ହଡ଼ପ କରାଯାଇଛି
ତାରବାଡ଼ ଘେରାଇ ଦିଆଯାଇଥିବାରୁ ନିଜ ଜମିକୁ ଯାଇପାରୁନାହାନ୍ତି ଗ୍ରାମବାସୀ
ହାଲ୍ କର୍ମଚାରୀଙ୍କ ହାଉସିଂ ବୋର୍ଡ ସୋସାଇଟି ଜାଗାକୁ ମଧ୍ୟ ଜବରଦଖଲ କରାଯାଇଛି
କିରୁଥିକା ପ୍ରଭାକରନ୍ ଓ ତାଙ୍କ କଂପାନୀ ତ୍ରିବେଣୀ ଆର୍ଥମୁଭର୍ସ ଜମି ଜବରଦଖଲ କରିଥିବା ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି ଅପରାଜିତା । ସେ କହିଛନ୍ତି,

Advertisment

ଅପରାଜିତାଙ୍କ ଅଭିଯୋଗ
କେନାଲକୁ ବି ଜବରଦଖଲ କରାଯାଇଛି
କେନାଲ ପୋତି ଦିଆଯାଇଥିବାରୁ ୩୦୦ ଏକର ଚାଷଜମି ପଡ଼ିଆ ପଡ଼ିଛି
ଜବରଦଖଲ ନେଇ ଗାଁ ଲୋକ ଅଭିଯୋଗ କଲେ କିଛି ଲାଭ ହେଉନି

ଜମି ଦଖଲ ନେଇ ତୃତୀୟ ମହଲା, ପାଣ୍ଡିଆନ ଓ କିରୁଥିକା ପ୍ରଭାକରନଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ । ଏପରି ଅଭିଯୋଗର କୌଣସି ସତ୍ୟାସତ୍ୟ ନାହିଁ ବୋଲି କହିଛନ୍ତି କିରୁଥିକା ପ୍ରଭାକରନଙ୍କ ଓକିଲ । ଏ ନେଇ ଲିଗାଲ୍ ନୋଟିସ୍ ପଠାଯିବ, ଯଦି ଅପରାଜିତା କ୍ଷମା ନମାଗନ୍ତି, ତେବେ ମାନହାନୀ ମକଦ୍ଦମା କରାଯିବ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର ।
ଏପଟେ ଜମି ଜବର ଦଖଲ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା କହିଛନ୍ତି ଅପରାଜିତା । ସିଏମଓ ଅଫିସକୁ ଚିଠି ଲେଖି ସେ ପ୍ରଶ୍ନ କରିଛନ୍ତି,

ଜବରଦଖଲ ଅଂଚଳକୁ ଯିବେ କି ମୁଖ୍ୟମନ୍ତ୍ରୀ?
ତ୍ରିବେଣୀ କଂପାନୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବେ କି?
ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର କରି କ୍ଷତିଗ୍ରସ୍ତ ଚାଷୀଙ୍କ ଲୁହ ପୋଛିବେ କି?