ଯେଉଁମାନେ ଜୀବନକୁ ଅତି ପାଖରୁ ଦେଖିଛନ୍ତି । ଯେଉଁମାନେ ଜୀବନ କଣ ବୁଝିଛନ୍ତି । ସେହିମାନେ ହିଁ ପ୍ରକୃତରେ ସଫଳ । ଆମେ ଅନେକ ସମୟରେ ଆମର ଦୈନିକ ଜୀବନରେ କୈାଣସି ନା କୈାଣସି ସମସ୍ୟାର ସମ୍ମୁଖୀନ ହୋଇ ହାର୍ ମାନିଯାଇଥାଉ । ଦୁଃଖରେ ଭାଂଗିପଡିଥାଉ । ପ୍ରକୃତରେ ସେମିତି କରିବା ଉଚିତ ନୁହେଁ । ଧୈର୍ଯ୍ୟ ,ମନୋବଳ ଓ ଏକାଗ୍ରତା ଏସବୁ ସଫଳତା ଆଗକୁ ଗୋଟିଏ ଗୋଟିଏ ପାହାଚ । ଯେଉଁମାନେ ଏତିକି ବୁଝିଛନ୍ତି ,ସେମାନେ ହିଁ ତ ସଫଳ ଆଉ ଜଣେ ଜଣେ ଅପରାଜିତା । ସେହିଭଳି ଜଣେ ଅପରାଜିତା , ଝାନ୍ସି । ଝିଅ ହୋଇବି ସେ ପୁଅ ଭଳି କାମ କରନ୍ତି । ପଢିବା ,ଖେଳିବା ବୟସରେ ଝାନ୍ସି ଚଳାଉଛନ୍ତି ଅଟୋ । ସାଙ୍ଗସାଥିଙ୍କ ଟାହିଟାପରାକୁ କର୍ଣ୍ଣପାତ କରିନାହାଁନ୍ତି । ଅଟୋ ଚଳାଇ ପରିବାରକୁ କରୁଛନ୍ତି ସାହାଯ୍ୟ ।
ସେହିଭଳି ଆଉ ଜଣେ ହେଲେ ଶାନ୍ତିଲତା । ମହିଳାଟିଏ ହୋଇବି କରୁଛନ୍ତି ପୁରୁଷର କାର୍ଯ୍ୟ । ଚାଷ କାମ କରି କରୁଛନ୍ତି ପରିବାର ପ୍ରତିପୋଷଣ । ମହିଳା ହୋଇବି ପୁରୁଷ ଠାରୁ କୈାଣସି ଗୁଣରେ କମ୍ ନୁହଁନ୍ତି ବୋଲି ସମାଜକୁ ଦେଖାଇଦେଇଛନ୍ତି ଏହି ଦୁଇ ଅପରାଜିତା । ଆସନ୍ତୁ ଏହି ଦୁଇ ସଫଳ ବ୍ୟକ୍ତିତ୍ୱ ଝାନ୍ସି ଓ ଶାନ୍ତିଲତାଙ୍କ ବିଷୟରେ ଜାଣିବା ତାଙ୍କ ନିଜ ମୁହଁରୁ ଅପରାଜିତାର ଏହି ଏପିସୋଡରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/07/Screen-shot-2016-07-10-at-3.44.09-PM.png)