କନକ ବ୍ୟୁରୋ: ଭୁବନେଶ୍ୱର ମହାନଗର ନିଗମ ପରାଜୟ ପାଇଁ ମୁହଁ ଖୋଲିଲେ ବିଜେପି ନେତ୍ରୀ ତଥା ସାଂସଦ ଅପରାଜିତା ଷଡଙ୍ଗୀ । କହିଲେ ନେତୃତ୍ୱ ସୁଦୃଢ ଥିଲେ ଦଳକୁ ଏପରି ପରାଜୟର ସାମନା କରିବାକୁ ପଡିନଥାନ୍ତା । ତେଣୁ ପରାଜୟ ପାଇଁ ଦଳର ଦୁର୍ବଳ ନେତୃତ୍ୱ ହିଁ ଦାୟୀ ବୋଲି ସ୍ୱୀକାର କରିଛନ୍ତି ଅପରାଜିତା ।

Advertisment

ସାରା ରାଜ୍ୟରେ ବିଜେପିର ସମର୍ଥ କର୍ମୀ ଅଛନ୍ତି । ସେମାନଙ୍କ ମଧ୍ୟରେ ଉତ୍ସାହ ଅଛି । ସେମାନଙ୍କ ଭିତରେ ଭାରତୀୟ ଜନତା ପାର୍ଟିକୁ ଜିତାଇବା ପାଇଁ ସାମର୍ଥ୍ୟ ମଧ୍ୟ ଅଛି । ହେଲେ ସୁବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ରାଜ୍ୟ ସ୍ତରରେ ନେତୃତ୍ୱକୁ ସୁଦୃଢ କରିବାକୁ ପଡିବ । ତାହେଲେ ଯାଇ ଦଳ ବିଜୟ ଲାଭ କରିପାରିବ ବୋଲି ଅପରାଜିତା କହିଛନ୍ତି ।
ଏହାଛଡା ପୌର ନିର୍ବାଚନ ସମୟରେ ଅପରାଜିତା କାହିଁକି ଭୋଟ ଦେଲେ ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିଥିଲା । ଏହାର ଉତ୍ତରରେ ଅପରାଜିତା କହିଛନ୍ତି ଯେ, ଯେତେବେଳେ ପୌର

ନିର୍ବାଚନ ପାଇଁ ଭୋଟ ପଡିଲା ସେତେବେଳେ ସାଂସଦ ଅପରାଜିତା ଷଡଙ୍ଗୀ ଜରୁରୀ କାମକୁ ନେଇ ଦିଲ୍ଲୀ ଯାଇଥିଲେ । ଯେହେତୁ ସଂସଦରେ କିଛି ଗୁରୁତ୍ୱପୂର୍ଣ୍ଣ କାମ ଥିଲା ଏବଂ ଏଥିପାଇଁ ସାଂସଦ ମାନଙ୍କ ପାଇଁ ହ୍ୱିପ୍ ଜାରି କରାଯାଇଥିଲା ତେଣୁ ସେ ଭୋଟ ଦେଇପାରିଲେ ନାହିଁ ବୋଲି କହିଛନ୍ତି ଅପରାଜିତା । ତେବେ ଦିନେ ସମୟ ଆସିବ ଯେତେବେଳେ ଏକ ନୂଆ ସୂର୍ଯ୍ୟ ଉଇଁବ ଏବଂ ପଦ୍ୱ ଫୁଟିବ ବୋଲି କହିଛନ୍ତି ଅପରାଜିତା ।