ଝିଅମାନଙ୍କୁ ନେଇ ସମାଜରେ ବହୁତ କଥା ରହିଛି । ଝିଅ ଜନ୍ମ ହେଲେ କୁହାଯାଏ ଲକ୍ଷ୍ମୀ ଆସିଛି ବୋଲି , କିନ୍ତୁ ଝିଅ ବଡ ହେଲେ ପୁଣି ସମାଜରେ ନିୟମ ବଦଳି ଯାଏ । କେଉଁ ଝିଅର ରାସ୍ତାରେ ଫୁଲ, ତ ଆଉ କେଉଁ ଝିଅର ରାସ୍ତାରେ ଥାଏ କଂଟା ।ଯିଏ କଂଟାକୁ ଡରି ରହିଗଲା, ସେ ହାରିଗଲା କିନ୍ତୁ ଯିଏ କଂଟା ଉପରେ ଠିଆ ହୋଇ ଆଗକୁ ବଢିଲା ସେ ନିଜ ରାସ୍ତା ନିଜେ ତିଆରିକଲା ଏବଂ ଜୀବନଯୁଦ୍ଧରେ ମଧ୍ୟ ସେ ଜିତିଲା । ଏମିତି ଏକ ନାରୀ ହେଲେ ପ୍ରଭାସିନୀ ପ୍ରଧାନ ଏଚଆଇଭି ରେ ଆକ୍ରାନ୍ତ ଏହି ନାରୀଙ୍କର ଜୀବନ କାହାଣୀ ମଧ୍ୟ ବେଶ୍ ସଂଘର୍ଷପୂର୍ଣ୍ଣ। ଏଡସ୍ ପୂର୍ବର ଏବଂ ପରର ଜୀବନ ଏକାବେଳେ ଦେଖିଥିବା ଏଇ ନାରୀ କିଭଳି ଜୀବନ ଯୁଦ୍ଧରେ ହାରି ନାହାଁନ୍ତି, କି ସ୍ୱପ୍ନ ଦେଖିବା ବନ୍ଦ କରି ନାହାଁନ୍ତି ଏମିତି ଏକ ଅସାଧାରଣ ନାରୀର ଜୀବନ କାହାଣୀ ଦେଖିବା ଅପରାଜିତାର ଏହି ଏପିସୋଡରେ:-
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us