ଜଟିଳ ହେଉଛି ଅଣ୍ଡାର ଫଣ୍ଡା! ବାହାର ରାଜ୍ୟରୁ ବାସି ଓ ନିମ୍ନମାନର ଅଣ୍ଡା ଆସୁଛି, ଓଡ଼ିଶାର ଅଣ୍ଡା ଶିଳ୍ପକୁ ବୁଡ଼ାଇବାରେ ଲାଗିଛି ।

Advertisment
ଜଟିଳ ହେଉଛି ଅଣ୍ଡାର ଫଣ୍ଡା! ବାହାର ରାଜ୍ୟରୁ ବାସି ଓ ନିମ୍ନମାନର ଅଣ୍ଡା ଆସୁଛି, ଓଡ଼ିଶାର ଅଣ୍ଡା ଶିଳ୍ପକୁ ବୁଡ଼ାଇବାରେ ଲାଗିଛି ।

କନକ ବ୍ୟୁରୋ: ଓଡ଼ିଶାର ଅଣ୍ଡା ବ୍ୟବସାୟ ଅତ୍ୟନ୍ତ ଦୁର୍ଦ୍ଦିନ ସ୍ଥିତିରେ । ଏନେଇ ସୂଚନା ଦେଇଛନ୍ତି ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ । ବ୍ୟବସାୟରେ ହେଉଥିବା କ୍ଷତିକୁ ଭରଣା କରିନପାରି ପାଖପାଖି ୧୨ରୁ ଅଧିକ ଅଣ୍ଡା ଉତ୍ପାଦନକାରୀ ଫାର୍ମ ବନ୍ଦ ହୋଇ ସାରିଲାଣି ଏବଂ ଅନେକ ଫାର୍ମ ବନ୍ଦ ହେବା ପରିସ୍ଥିତିରେ ପହଁଚିଲାଣି ବୋଲି ଆସୋସିଏସନ୍ କହିଛି ।

ଆମ ରାଜ୍ୟର କୃଷି ଭିତ୍ତିକ ଅଣ୍ଡା ଉତ୍ପାଦନ ଶିଳ୍ପରେ ପ୍ରତ୍ୟକ୍ଷ ଭାବେ ୫୦ହଜାର ଏବଂ ପରୋକ୍ଷ ଭାବେ ଏକ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି । ହେଲେ ଗତ ଦେଢ଼ ବର୍ଷରୁ ଅଧିକ ଦିନ ହେବ କୁକୁଡା ଖାଦ୍ୟ ପ୍ରସ୍ତୁତି ହେଉଥିବା ବିଭିନ୍ନ ଉତ୍ପାଦନର ମୂଲ୍ୟ ଅତ୍ୟଧିକ ବୃଦ୍ଧି ହେଉଥିବା ଯୋଗୁଁ ଅଣ୍ଡାର ଉତ୍ପାଦନ ଦର ମଧ୍ୟ ବୃଦ୍ଧି ପାଇଛି ତେଣୁ ପରିସ୍ଥିତିର ଫାଇଦା ନେଇ କିଛି ଅଣ୍ଡା ବ୍ୟବସାୟୀ ବାହାର ରାଜ୍ୟରୁ ୧୦ରୁ ୧୫ ଦିନର ବାସି ଓ ନିମ୍ନମାନର ଅଣ୍ଡାକୁ କମ୍ ଦରରେ ଆଣି ଆମ ରାଜ୍ୟର ଅଣ୍ଡା ବଜାରରେ ବିକ୍ରି କରୁଛନ୍ତି । ଏହା ସହିତ ଆମ ରାଜ୍ୟର ଅଣ୍ଡା ଉତ୍ପାଦନ କରୁଥିବା କୃଷକ ଭାଇମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଅଣ୍ଡା ବିକ୍ରି କରିବାପାଇଁ ବାଧ୍ୟ କରୁଛନ୍ତି ଯାହାକି ଓଡ଼ିଶାର ଚାଷୀ ଭାଇମାନଙ୍କ ଲାଗି ଏକ ଖରାପ ପରିସ୍ଥିତି ସୃଷ୍ଟି କରୁଛି ଏବଂ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ଏମାନେ ବାଧ୍ୟ ହେଉଛନ୍ତି ।

ସେପଟେ ସରକାରଙ୍କ ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମରେ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ଅଣ୍ଡା ବଣ୍ଟନ ଦ୍ୱାରା ନିରୀହ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିବାର ସମ୍ଭାବନା ରହିଛି କିନ୍ତୁ କିଛି ବ୍ୟବସାୟୀ ଉପରୋକ୍ତ ଭୟଙ୍କର ସ୍ଥିତିକୁ ଖାତିର ନକରି ନିଜର ଲାଭ ପାଇଁ ନିମ୍ନମାନର ଅଣ୍ଡାକୁ ବିକ୍ରି କରି ଚାଲିଛନ୍ତି । ତେବେ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ ନଚେତ୍ ଆଗାମୀ କିଛିଦିନ ମଧ୍ୟରେ ଓଡିଶା ସରକାରଙ୍କ ପ୍ରୋତ୍ସାହନରେ ଗଢି ଉଠିଥିବା ଅଣ୍ଡା ଶିଳ୍ପର ବିଲୋପ ହୋଇଯିବ ଏବଂ ଏଥିରେ ନିୟୋଜିତ ଲକ୍ଷ ଲକ୍ଷ ଲୋକ କାମଧନ୍ଦା ହରାଇ ବେକାର ହୋଇଯିବେ ବୋଲି ସଂଘ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe