ଦାଦା ବଟିକୁ ନା । ଦୁର୍ଗାପୂଜା ସମୟରେ ଯିଏ ଚାନ୍ଦା ମାଗିବ, ପୋଲିସ ହାତରେ ବନ୍ଧା ହେବ ।

120

କନକ ବ୍ୟୁରୋ: ଦାଦା ବଟିକୁ ନା । ଦୁର୍ଗାପୂଜା ପାଇଁ ଟ୍ୱିନସିଟିର ଅଫିସରଙ୍କୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ । ଯିଏ ଚାନ୍ଦା ମାଗିବ ତାକୁ ଛଡ଼ାଯିବ ନାହିଁ । ଚାନ୍ଦା ମାଗିଲେ ବନ୍ଧା ହେବେ ବୋଲି କହିଛନ୍ତି ପୋଲିସ କମିଶନର। ଯିଏ ଜବରଦସ୍ତ ଚାନ୍ଦା ମାଗିବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚାନ୍ଦା ମାଗୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜନସାଧାରଣ ମାନେ ସିଧାସଳଖ ପୁଲିସକୁ ଖବର ଦେଇପାରିବେ । ତାଙ୍କ ନାଁ ଗୋପନ ରଖାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।

ତେବେ ଦୁର୍ଗାପୂଜା ସମୟରେ ଭୁବନେଶ୍ୱର ଓ କଟକରେ ବିଭିନ୍ନ ଗ୍ୟାଙ୍ଗ୍ ସକ୍ରିୟ ହୋଇଉଠନ୍ତି । ଯେଉଁମାନେ ସାଧାରଣ ଲୋକଙ୍କୁ ଡରାଇ, ଧମକାଇ ଟଙ୍କା ଆଦାୟ କରିଥାନ୍ତି । ତେବେ ଏହି ଲୋକମାନଙ୍କୁ ସାବାଡ କରିବା ପାଇଁ କମିଶନରେଟ୍ ପୋଲିସ ଏବେ ତପ୍ତର ହୋଇ ଉଠିଛି । ଏହି ଲୋକମାନଙ୍କ ବିରୋଧରେ ଅଭିଯୋଗ ଆସିଲେ ପୋଲିସକୁ ତୁରନ୍ତ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ଖାଲି ସେତିକି ନୁହେଁ, ଜୋର ଜବରଦସ୍ତ ଚାନ୍ଦା ମାଗିଲେ ମଧ୍ୟ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି କୁହାଯାଇଛି । ତେବେ ଏନେଇ ଲୋକମାନେ ସିଧାସଳଖ ପୋଲିସକୁ ଖବର ଦେଇପାରିବେ । ତାଙ୍କ ନାଁକୁ ଗୋପନ ରଖି ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ।