ସମାଜ ପାଇଁ ଦିଗଦର୍ଶନ ପାଲଟିଥିବା ମହିଳାଙ୍କୁ ନେଇ କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ: ‘ଅନନ୍ୟା’ରେ ଯୋଗଦେବେ ଜାତୀୟ ପୁରସ୍କାର ବିଜେତା ନୀନା ଗୁପ୍ତା ଓ ଜ୍ଞାନପୀଠ ପୁରସ୍କାର ବିଜୟୀନି ପ୍ରତିଭା ରାୟ

ଅନ୍ୟ ପାଇଁ ଉଦାହରଣ ସାଜିଥିବା ମହିଳା ରଖିବେ ମତ

71

କନକ ବ୍ୟୁରୋ: ଆଜି ଅନୁଷ୍ଠିତ  ଭୁବନେଶ୍ୱରସ୍ଥିତ ନ୍ୟୁ ମେରିଅନ ହୋଟେଲରେ ଅନୁଷ୍ଠିତ ହେବ କନକ ନ୍ୟୁଜର ଏକ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମ ‘ଅନନ୍ୟା: ସେଲିବ୍ରେଟିଙ୍ଗ ଦି ଓମ୍ୟାନ୍ ଇନ୍ ୟୁ’ । ଏଥିରେ ଯୋଗଦେବେ ଜାତୀୟ ପୁରସ୍କାର ବିଜେତା ତଥା ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା ଏବଂ ଓ ଜ୍ଞାନପୀଠ ପୁରସ୍କାର ବିଜୟୀନି ପ୍ରତିଭା ରାୟ । ଅପରାହ୍ଣ ୩ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ।

 

ଚିନ୍ତାଧାରା ବଦଳିଲେ ସମାଜରେ ନାରୀମାନଙ୍କ ଉନ୍ନତି ହୋଇପାରିବ  । ପିତାମାତା ପୁଅ ଝିଅଙ୍କୁ ସମାନ ଭାବରେ ଦେଖିବା ଉଚିତ ବୋଲି କହିଛନ୍ତି ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା ।  କନକ ନ୍ୟୁଜର ଅନନ୍ୟା କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଆସିଥିବାବେଳେ ନବୀନ ପଟ୍ଟନାୟକଙ୍କ ସାଂସଦ ପ୍ରାର୍ଥୀଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣକୁ ସ୍ୱାଗତ କରିଛନ୍ତି ନୀନା  । ଏହାଦ୍ୱାରା ମହିଳାମାନଙ୍କୁ ଅଧିକ ଉତ୍ସାହ ମିଳିବ ବୋଲି କହିଛନ୍ତି ନୀନା ଗୁପ୍ତା  ।