କନକ ବ୍ୟୁରୋ: ଆଜି ଅନୁଷ୍ଠିତ ଭୁବନେଶ୍ୱରସ୍ଥିତ ନ୍ୟୁ ମେରିଅନ ହୋଟେଲରେ ଅନୁଷ୍ଠିତ ହେବ କନକ ନ୍ୟୁଜର ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ‘ଅନନ୍ୟା: ସେଲିବ୍ରେଟିଙ୍ଗ ଦି ଓମ୍ୟାନ୍ ଇନ୍ ୟୁ’ । ଏଥିରେ ଯୋଗଦେବେ ଜାତୀୟ ପୁରସ୍କାର ବିଜେତା ତଥା ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା ଏବଂ ଓ ଜ୍ଞାନପୀଠ ପୁରସ୍କାର ବିଜୟୀନି ପ୍ରତିଭା ରାୟ । ଅପରାହ୍ଣ ୩ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ।
ଚିନ୍ତାଧାରା ବଦଳିଲେ ସମାଜରେ ନାରୀମାନଙ୍କ ଉନ୍ନତି ହୋଇପାରିବ । ପିତାମାତା ପୁଅ ଝିଅଙ୍କୁ ସମାନ ଭାବରେ ଦେଖିବା ଉଚିତ ବୋଲି କହିଛନ୍ତି ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା । କନକ ନ୍ୟୁଜର ଅନନ୍ୟା କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଆସିଥିବାବେଳେ ନବୀନ ପଟ୍ଟନାୟକଙ୍କ ସାଂସଦ ପ୍ରାର୍ଥୀଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣକୁ ସ୍ୱାଗତ କରିଛନ୍ତି ନୀନା । ଏହାଦ୍ୱାରା ମହିଳାମାନଙ୍କୁ ଅଧିକ ଉତ୍ସାହ ମିଳିବ ବୋଲି କହିଛନ୍ତି ନୀନା ଗୁପ୍ତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Screen-shot-2019-03-16-at-2.08.11-PM-300x224.png)