ଯୌତୁକ ଉତ୍ପୀଡନ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ! ଏବେ ଯେ କୌଣସି ସହରରୁ ପୀଡିତାଙ୍କ ସମେତ ସଂପର୍କୀୟ ମଧ୍ୟ କରିପାରିବେ ଅଭିଯୋଗ ।

575

ଯୌତୁକ ଉତ୍ପୀଡନ ଆଇନକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏବେ ପୀଡିତା ମହିଳାଙ୍କ କୌଣସି ସଂପର୍କୀୟ ତାଙ୍କ ଶାଶୂଘର ଲୋକ ଏବଂ ସ୍ୱାମୀଙ୍କ ବିରୁଦ୍ଧରେ ଯୌତୁକ ଉତ୍ପୀଡନର କେସ୍ ଦେଇପାରିବେ । ସୁପ୍ରିମକୋର୍ଟରେ ଏହି ନିଷ୍ପତ୍ତି ଜଷ୍ଟିସ୍ ଅଶୋକ ଭୁଷଣ ଏବଂ ଜଷ୍ଟିସ୍ କେ. ଏମ୍ ଜେସେଫ୍ ଶୁଣାଇଛନ୍ତି । କୋର୍ଟ ପକ୍ଷରୁ କୁହାଯାଇଛି ଯେ ଆଇପିସି “ଧାରା ୪୯୮ ଏ” ରେ କେଉଁଠାରେ ବି କୁହାଯାଇନାହିଁ ଯେ ଅଭିଯୋଗ କେବଳ ପୀଡିତା ହିଁ କରିିବେ । ପୀଡିତାଙ୍କ ବ୍ୟତୀତ ତାଙ୍କ ସଂପର୍କୀୟ ମଧ୍ୟ ଅଭିଯୋଗ କରିପାରିବେ । ଆପଣଙ୍କୁ କହିରଖୁଛୁ ଯେ ଧାରା ୪୯୮ ଏ ର ବ୍ୟବହାର ସେତେବେଳେ କରାଯାଏ ଯେତେବେଳେ ମହିଳାଙ୍କ ଶାଶୁଘରଲୋକ କିମ୍ବା ସ୍ୱାମୀ ତାଙ୍କୁ ଯୌତୁକ ପାଇଁ ହଇରାଣ କରନ୍ତି । ସୁପ୍ରିମକୋର୍ଟଙ୍କ ମୁତାବକ ଏଭଳି ମାମଲାରେ ଅନେକଥର ପୀଡିତା ମହିଳାଙ୍କୁ ଅଭିଯୋଗ କରିବା ପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

କୌଣସି ସହରରେ ବି କରିପାରିବେ ଅଭିଯୋଗ :

ଆପଣଙ୍କୁ କହିରଖୁଛୁ ଚଳିତ ମାସରେ ବୈବାହିକ କଳହରେ ଫସିିଥିବା ମହିଳାଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ଆଦେଶ ଦିଆଯାଇଛି । ଏବେ ଯୌତୁକ କିମ୍ବା ଅନ୍ୟ କୌଣସି ଯାତନା ବିରୁଦ୍ଧରେ ମହିଳା ଦେଶର କୌଣସି ବି ସ୍ଥାନରେ ଅଭିଯୋଗ କରିପାରିବେ । ସିଆରପିସିର ଧାରା ୧୭୭ ମୁତାବକ କୌଣସି ଅପରାଧିକ ମାମଲା ଉକ୍ତ ସ୍ଥାନରେ ହିଁ ଅଭିଯୋଗ କରାଯାଇପାରିବ ଯେଉଁଠାରେ ସେହି ଘଟଣା ଘଟିଥିବ । ଅର୍ଥାତ୍ କୌଣସି ମହିଳା ଯଦି ତାଙ୍କ ଶାଶୁଘରେ ଅତ୍ୟାଚାରର ଶିକାର ହୋଇଥାନ୍ତି ତେବେ ସେ ଶାଶୁଘର ଅଞ୍ଚଳ କିମ୍ବା ଏହାର ନିକଟସ୍ଥ ଥାନାରେ ହିଁ ଅଭିଯୋଗ କରିପାରିବେ । କିନ୍ତୁ ଏଥିରେ ବହୁତ ଅସୁବିଧା ସୃଷ୍ଟି ହୋଇଥାଏ । ପୀଡିତାଙ୍କୁ ଯଦି ନିଜ ଶାଶୁଘରୁ ବାହାର କରାଯାଇଥାଏ କିମ୍ବା ଏଭଳି ପରିସ୍ଥିତି କରାଯାଏ ଯାହାଦ୍ୱାରା ପୀଡିତାଙ୍କୁ ଘର ଛାଡି ଯିବାକୁ ପଡିଥାଏ ତେବେ ଥାନାରେ ଅଭିଯୋଗ କରିବା ପୀଡିତାଙ୍କ ପାଇଁ କଷ୍ଟକର ହୋଇପଡେ । ଏଭଳି ସ୍ଥିତିରେ ସୁପ୍ରିମକୋର୍ଟଙ୍କ ଏଭଳି ନିୟମ ପ୍ରଶଂସାଯୋଗ୍ୟ ।